ଓଡିଶା

ସେପ୍ଟେମ୍ବର ୧୩ ତାରିଖରେ କଟକ ବନ୍ଦ

(କଟକ): କଟକ ନଗର ବିଜେପି ବିରୋଧ କଲା ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ନେଇ । ରାଜ୍ୟରେ ସମସ୍ତ ପ୍ରକାରର ପ୍ରେକ୍ଷାଳୟ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଦୋକାନ, ବଜାର ଖୋଲିଥିବା ବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି? ଏପରି କିଛି ପ୍ରଶ୍ନ କରିଛି କଟକର ବିଜେପି କର୍ମୀମାନେ । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ମା’ ଦୁର୍ଗାଙ୍କ ମୂର୍ତ୍ତି ୪ ଫୁଟରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ନିର୍ଦ୍ଧେଶ ରହିଛି । କିନ୍ତୁ ଏହାକୁ ଜନସାଧାରଣ ବିରୋଧ କରିବା ସହ ତାଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହାରି ଭିତରେ ହଜାରେ ବର୍ଷର ପରମ୍ପରାକୁ କ୍ଷୁର୍ଣ୍ଣ କରିବାକୁ ଏହା ସରକାରଙ୍କ ଏକ ବିକୃତ ଚିନ୍ତାଧାରା ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ପରମ୍ପରା ଓ ଐତିହ୍ୟର ସହର କଟକରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏପରି କଲେ କଣ କରୋନା ନିୟନ୍ତ୍ରଣକୁ ଆସିଯିବ? ସାଧାରଣ ଲୋକଙ୍କ ଭାବନା ସହ ସରକାର ଖେଳୁଛନ୍ତି ବୋଲି କହିଛନ୍ତି ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ । ରାଜ୍ୟ ସରକାର ଏହାର ପୁନଃ ବିଚାର ନକଲେ ସେପ୍ଟେମ୍ବର ୧୩ ତାରିଖରେ କଟକ ସହର ବନ୍ଦ ରଖିବାକୁ ନିଷ୍ପତି ନେଇଛି ବିଜେପି ।

Related posts

ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର

mahabharatanews

ଚାଷୀ ଓ ଚାଷକୁ ହତ୍ୟା କରୁଛି ରାଜ୍ୟ ସରକାର ; ବିଜେପି

mahabharatanews

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews