ଓଡିଶା

ବାତ୍ୟା ମିଚାଉଙ୍ଗ୍; ଓଡ଼ିଶାରେ ପ୍ରବଳ ବର୍ଷା 

(ଭୁବନେଶ୍ୱର) : ସୃଷ୍ଟି ହେଲା ବାତ୍ୟା ମିଚାଉଙ୍ଗ୍ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ମିଚାଉଙ୍ଗ୍ ସୃଷ୍ଟି ହୋଇଛି । ବାତ୍ୟା ‘ମିଚାଉଙ୍ଗ୍’ରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି ଅବପାତ । ଆଜି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ପହଞ୍ଚିବ ବାତ୍ୟା । ୫ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କିମି ରହିବ ।

ସୂଚନାନୁଯାୟୀ , ଏହାର ପ୍ରଭାବରେ ମିଜୋରାମ ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ବିପୁଳ ଜନଭାଗିଦାରୀ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟରେ ୭୦ରୁ ୨୦୦ ମିଲିମିଟର ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀକୁ ଦିଆଯାଇଛି ୟେଲୋ ଆଲର୍ଟ । ୪, ୫ ଏବଂ ୬ ତାରିଖରେ ବର୍ଷା ପରିମାଣ ବଢ଼ିବ। ଏହି ତିନିଦିନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ସତର୍କ ସୂଚନା କରାଯାଇଛି । ୪ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରର କିଛି ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୩୫ରୁ ୪୫କି.ମି ବହିପାରେ ।

Related posts

ଆଜି ୪ଘଣ୍ଟା ବନ୍ଦ ଜଗା ଦର୍ଶନ 

mahabharatanews

ରାଜଧାନୀ ପରେ କୋରାପୁଟରେ ଡେଙ୍ଗୁ ଆତଙ୍କ 

mahabharatanews

୧୬ ଦିନ ମହିଳାଙ୍କୁ ମା’ବିମଳା ମନ୍ଦିର ମନା

mahabharatanews

Leave a Comment