ଅପରାଧ

ଅବକାରୀ ବିଭାଗର ଡେଞ୍ଜର ସାଇରନ

ଆଠଗଡ: ରାଜ୍ୟବ୍ୟାପୀ ବାଜୁଛି ଅବକାରୀ ବିଭାଗର ସାଇରନ । ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରୁଛି ଲକ୍ଷ ଲକ୍ଷ ଟଙ୍କାର ନକଲି ଏବଂ ନିଶା ଦ୍ରବ୍ୟ । କେଉଁଠି ମଦଭାଟି ତ କେଉଁଠି ନକଲି ଜର୍ଦ୍ଦା ବେପାରୀ ତ ପୁଣି ଆଉ କେଉଁଠି ଗଞ୍ଜେଇ ଚୋରା ଚାଲାଣ ସବୁଠି ମାଫିଆଙ୍କୁ ଘାରିଛି ଅବକାରୀ ବିଭାଗର ଭୟ । ଆଜି ମଧ୍ୟ ସେହିପରି ଆଉ ଏକ ସ୍ଥାନରେ ଚୋରା ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି । ଫଳରେ ହଜାର ହଜାର ପୋଚ ନଷ୍ଟ କରିବା ସହ ଭାଟିରେ ନିଆଁ ଲଗାଇ ଦେଇଛି । କଟକ ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଅଞ୍ଚଳର ଏକ ମଦଭାଟିକୁ ଏଥର ଅବକାରୀ ବିଭାଗ ଟାର୍ଗେଟ କରିଥିଲେ । କଟକ ଫ୍ଲାଇଂ ସ୍ବାର୍ଡ , ଆଠଗଡ ଅବକାରୀ ବିଭାଗ ସହ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତରେ ରେଡ କରାଯାଇ ହଜାର ହଜାର ଲିଟର ମଦପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରାଯାଇଛିା


ତେବେ ଏହି ଅଞ୍ଚଳରେ ପୂର୍ବରୁ ବହୁତ ଥର ଏହି ଭାଟି ଉପରେ ଚଢାଉ କରାଯାଇଛି । କିନ୍ତୁ ଦୀର୍ଘ ଦିନ ହେବ ଏହି ଭାଟି ଚାଲିଥିବାରୁ ବାରମ୍ବାର ଚଢାଉ ସତ୍ତେ୍ୱ ବନ୍ଦ ହୋଇ ପାରୁନି ମଦଭାଟି । ଗତ କିଛି ଦିନ ତଳେ ଏହି ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ବେଳେ ଅଭିଯୁକ୍ତମାନେ ବୋତଲ ଏବଂ ବୋମା ମାଡ କରିଥିଲେ । ମାତ୍ର କିଛି ଦିନ ପରେ ପୁଣି ପୂର୍ବ ଭଳି ବେଧଡକ ମଦରନ୍ଧା ଆରମ୍ଭ ହୋଇଥିଲା ।

Related posts

ସାଙ୍ଗକୁ ହତ୍ୟା କଲା ସାଙ୍ଗ

mahabharatanews

ଶୋଇଥିବା ଅବସ୍ଥାରେ ବେକ କାଟିଦେଲା ଦୁର୍ବୃତ୍ତ

mahabharatanews

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା

mahabharatanews