ଭୁବନେଶ୍ୱର: ରାଜଧାନୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରେ ଥବବା ଏକ ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଜଗତସିଂହପୁରର ହୋଇଥିବା ସୂଚନା ରହିଛି ।
ସାନ୍ତନୁ ନାମକ ଏହି ଯୁବକ ପାଣ୍ଡରାରେ ରହିଆସୁଥିଲେ ଓ ସେ ଅନଲାଇନ୍ ଡେଲିଭରି ବଏ ଭାବେ କାମ କରୁଥିଲେ। ତେବେ ଗତକାଲି ରାତିରେ ହୁଏତ ସେ କୌଣସି ସ୍ଥାନକୁ ଡେଲିଭରି ପାଇଁ ଯାଇଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ନିକଟ ଏକ ପରିତ୍ୟକ୍ତ ଘର ନିକଟରୁ ମିଳିଛି । ତାଙ୍କର ସାର୍ଟଟି ମୃତଦେହଠାରୁ କିଛି ଦୂରରେ ପଡିଛି । ତାଙ୍କ ଦେହରେ ଟାଟୁ ରହିଛି । ତାଙ୍କ ଘର ଜଗତସିଂହ ପୁର ଜିଲ୍ଲାରେ । ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
