ଅପରାଧଭାରତ

ଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ

ନୂଆଦିଲ୍ଲୀ:ପୋଲିସ ଓ ମିଡିଆ ଉପସ୍ଥିତ ସମୟରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫକୁ ଗୁଳିକରି ହତ୍ୟା କରାଯାଇଛି । ସାମ୍ବାଦିକ ବେଶରେ ଆସି ହଠାଥ୍ କିଏ କୁଆଡେ ଭାବିବା ଆଗକୁ ତିନିଜଣ ଦୁର୍ବିତ୍ତ ଆଖିବୁଜା ଗୁଳି ବର୍ଶଣ କରିଛନ୍ତି । ଗତ ସନିବାର ରାତି ୧୦ଟା ବେଳେ ତାଙ୍କୁ ସ୍ୱାସ୍ଥ୍ୟା ପରୀକ୍ଷା କରିବାକୁ ଯିବା ବେଳେ ସେମାନଙ୍କୁ ୩ଜଣ ସୁଟ କରିଥିଲେ । ତାଙ୍କ ସୁଟରେ ଅତିକ ବ୍ରଦର୍ସ ଘଟଣା ସ୍ଥଳରେ ମୃତୁଁ ହୋଇଛି ।ଏହୀ ଗୁଳିକାଣ୍ଡରେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ଧରାପଡିଥିବା ଦୁର୍ବୁତଙ୍କୁ ପଚାରିବାରୁ କହିଛନ୍ତି ଆମେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିଲୁ । ୟୁପି ସରକାର ଓ ପୋଲିସ ପ୍ରଶାସନର ଭୂମିକାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି ଜଣାଶୁଣା ଆଇନଜୀବୀ ବିଶାଲ ତିଓ୍ବାରୀ ।
ୟୁପି ପୋଲିସ କଡା ସୁରାକ୍ଷା ସୁଧ୍ୟରେ କିପରି ହାଇ ପ୍ରେଫାଇଲ ଗ୍ୟାଙ୍ଗଷ୍ଟାର ହତ୍ୟା ହେଲା କିପରି ? ତାର ତଦନ୍ତ ପାଇଁ ପିଟିସନ ଦାଏର ହୋଇଛି ।।୨୦୧୭ରୁ ଏବେ ହୋଇଥିବା ୧୩୮ ଏନ କାଉଣ୍ଟରର ଯାଞ୍ଚ ପାଇଁ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ ତିଓ୍ବାରଗ୍ୟାଙ୍ଗଷ୍ଟାର ଅତିକ ବ୍ରଦର୍ସଙ୍କ ହତ୍ୟାପରେ ୟୁପିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରୟାଗରାଜରେ ଆଉ ଦୁଇ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି

Related posts

ଅଲବିଦା ୨ ହଜାର ଟଙ୍କିଆ ନୋଟ୍

mahabharatanews

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

mahabharatanews

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews