ଓଡିଶା

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ

ବାସୁଦେବପୁର : କୁନି କୁନି ପିଲାଙ୍କ ଜୀବନ ସହ ଖେଳ । ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି ।

ଗତକାଲି ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ପୋକ ବାହାରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ ଜଣାଇଥିଲେ। ଘଟଣା ସଂପର୍କରେ ପ୍ରାଧନ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସ୍ଥାନୀୟ କାଉନସିଲରଙ୍କୁ ଅବଗତ କରାଇଥିଲେ। ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳରେ ପହଞ୍ଚି ଜଣାଇଥିଲେ।

ଦାମୋଦର ଜିୟୁ ନାମକ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି। ଏହି ସଂସ୍ଥା ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି। ଏହି ସଂସ୍ଥା ପିଲାମାନଙ୍କୁ ବାସି ଖାଦ୍ୟ ଦେବା ସହ ପଚା ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ଦେଉଥିବା ଅଭିଯୋଗ ହୋଇଛି ।

Related posts

ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦର ଚକ୍ଷୁ ଚିକିତ୍ସା ଶିବିର

mahabharatanews

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ

mahabharatanews