ନାନ୍ଦେଦ: ଗତ କିଛି ମାସ ହେବ ସାଧୁଙ୍କ ହତ୍ୟା ଘଟଣା ବଢିଚାଲିଛି । ଏହା ମଧ୍ୟରେ ମହାରାଷ୍ଟ୍ର ନାନ୍ଦେଦ ଅଞ୍ଚଳର ଉମ୍ରିଠାରେ ଥିବା ଏକ ଆଶ୍ରମରେ ଆଶ୍ରମର ସାଧୁଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ମିଳିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଉଭୟ ମୃତ ସାଧୁ ଓ ହତ୍ୟାକାରୀ ସମାନ ସମ୍ପ୍ରଦାୟର । ଏହି ହତ୍ୟା ପଛରେ କୌଣସି ସାମ୍ପ୍ରଦାୟିକ ଆକ୍ରୋଶ ନାହିଁ ବୋଲି ପୁଲିସ କହିଛି । ତେବେ ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତକୁ ଖୋଜି ବାହାର କରିବାକୁ ଚେଷ୍ଟା ଚଳାଇଛି ପୋଲିସ ବୋଲି କହିଛନ୍ତି ନାନ୍ଦେଦ ଏସପି ବିଜୟ କୁମାର ମାଗାର ।
ସୂଚନାଯୋଗ୍ୟ, ଗତ ମାସରେ ମୁମ୍ବାଇରୁ କାନ୍ଦିବଲୀରୁ ଗୁଜୁରାଟ ଯାଉଥିବା ୨ ଜଣ ସାଧୁ ଏକ କାରରେ ଯାଉଥିବା ସମୟରେ ପାଲଘର ନିକଟରେ ତାଙ୍କୁ ଗଡଚିଞ୍ଚଲ ଗ୍ରାମବାସୀମାନେ ବାଡେଇ ବାଡେଇ ମାରି ଦେଇଥିଲେ ।
previous post
next post
