ଓଡିଶା

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ବସ

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍ ଓ ଟ୍ୟାକ୍ସି । ଯାତ୍ରୀବାହୀ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ସିଟ୍‌ ମୁତାବକ ଯାତ୍ରୀବାହୀ ବସ୍ ରେ ଯାତ୍ରୀ ପରିବହନ ହୋଇପାରିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିବେ। ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ ବୋଲି ଏସ୍‌ଆର୍‌ସି କହିଛନ୍ତି । ସେହିପରି ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ଦଣ୍ଡିତ ହେବେ । ଯଦି କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଥିବ ସମ୍ପୃକ୍ତ ଯାତ୍ରୀ ବସ୍‌ରେ ଯାତ୍ରା କରିପାରିବେ ନାହିଁ । ଏହାସହ ଯାତ୍ରୀଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Related posts

ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ରାସ୍ତା ଅବରୋଧ

mahabharatanews

ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

ନନ୍ଦାହାଣ୍ଡିରେ ଭାଲୁ ଆତଙ୍କ

mahabharatanews