ଭବାନୀପାଟଣା : କୂଅ ପାଖରେ ଖେଳିବା ହେଲା କାଳ । ଖେଳୁ ଖେଳୁ ଅସାବଧାନତାବଶତଃ ୨ ଶିଶୁ କୂଅରେ ଖସି ପଡ଼ିିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଭବାନୀପାଟଣା ଟାଉନଥାନା ଜେନାଖାଲପଡ଼ାରେ ଏହି ଅଭାବନୀୟ ଘଟଣା ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ ଆଜି ଦୁଇ ଜଣ ଶିଶୁ ଖେଳୁଥିବାବେଳେ କୂଅରେ ଖସି ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଲୋକେ କୂଅ ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୭ ବର୍ଷର ବାଳକର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।