ବିଶ୍ୱ

ବିବାହ ବିଚ୍ଛେଦ ପରେ ମହିଳା ଦେଲେ ଡିଭୋର୍ସ ପାର୍ଟି

ବୈବାହିକ ଜୀବନକୁ ଦୁର୍ବିସହ କରି ଦେଇଥିଲା ସାତ ଜନମର ସାଥୀ ହେବା ପାଇଁ କଥା ଦେଇଥିବା ମଣିଷ । ଜିଇଁ ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗ କରୁଥିଲେ ମହିଳା । ଶେଷରେ ସବୁ ବନ୍ଧନ ତୁଟାଇ ଆଜି ସେ ଏକା ଜିଇଁବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହୁଏତ ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ଘର ଲୋକ ଖୁସି ନହୋଇ ପାରନ୍ତି, ଅନେକ ଟାହିଟାପରା ବି ତାଙ୍କୁ ସହିବାକୁ ପଡ଼ିପାରେ । କିନ୍ତୁ ସେ ଅଡ଼ୁଆ ବନ୍ଧନରୁ ମୁକ୍ତ ହେବା ପରେ ଜଣେ ମହିଳା ‘ଡିଭୋର୍ସ ପାର୍ଟି’ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ନିକଟରେ ଆମେରିକାରେ ରହୁଥିବା ଜଣେ ପାକିସ୍ତାନୀ ମହିଳା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ପାର୍ଟି ଦେଇଥିଲେ। ଏପରିକି ପାର୍ଟିରେ ନିଜେ ମନ ଖୋଲି ନାଚିଛନ୍ତି। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।


ମହିଳା ଜଣକ ପାର୍ଟିର ବନ୍ଦୋବସ୍ତ କରି ଥିବାବେଳେ ଏକାଧିକ ଅତିଥି ମଧ୍ୟ ବିବାହ କିମ୍ବା ଜନ୍ମଦିନ ଉତ୍ସବ ଭଳି ଯୋଗ ଦେଇଥିଲେ। ସୁନ୍ଦର ସାଜସଜ୍ଜା ସାଙ୍ଗକୁ ପାର୍ଟିରେ ଲେଖା ଯାଇଥିଲା ‘ଡିଭୋର୍ସ ମୁବାରକ୍’। ଏହି ପାର୍ଟିରେ ଛାଡ଼ପତ୍ର ପାଇଥିବା ମହିଳା ଜଣକ ଲେହେଙ୍ଗା ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଛି।

ଅନେକଙ୍କୁ ତାଙ୍କ ଆଚରଣ ଭଲ ନଲାଗିପାରେ । କିନ୍ତୁ ସେ ଆଜି ଶାନ୍ତିରେ ନିଶ୍ୱାସ ନେବାପାଇଁ ସକ୍ଷମ । ସେ ହୃଦୟରୁ ଖୁସି ଥିବାର ତାଙ୍କର ଆଚରଣ ଦ୍ୱାରା ଜଣାଇ ଦେଇଛନ୍ତି ।

Related posts

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

mahabharatanews

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍‌ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

mahabharatanews

ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣର ଯାଞ୍ଚ କରିବ NIA

mahabharatanews