ଭୁବନେଶ୍ୱର: କୌଣସି ଡିଗ୍ରୀ କଲେଜରେ କୌଣସି ବିଷୟର ଚାହିଦା ନଥିଲେ ବା ଲଗାତର କିଛି ବର୍ଷ ଧରି ବିଷୟରେ କେହି ଆଡମିଶନ ନେଉ ନ ଥିଲେ ସେହି ବିଭାଗକୁ ବନ୍ଦ କରିଦିଆଯିବ । ଅଥବା ସେହି ସିଟ୍ ବଦଳରେ ଅନ୍ୟ ଚାହିଦା ଥିବା ବିଭାଗଗୁଡିକର ସିଟ୍ ବୃଦ୍ଧି କରାଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ହୋଇଛି।
ଚିଠି ଅନୁଯାୟୀ, ଡିଗ୍ରୀ କଲେଜଗୁଡିକରେ ଖୋଲା ଯାଇଥିବା ନୂଆ ବିଭାଗଗୁଡିକରେ ସିଟ୍ ଆଉ ବୃଦ୍ଧି କରାଯିବ ନାହିଁ । ଅପରପକ୍ଷେ ରସାୟନ ବିଜ୍ଞାନ. ପଦାର୍ଥ ବିଜ୍ଞାନ ଓ ଗଣିତ(ପିସିଏମ୍), ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ(ସିବିଜେଡ୍), କଳା ଓ ବାଣିଜ୍ୟ ବିଭାଗରେ ସରକାର ଦ୍ୱାରା ଅନୁମୋଦିତ ସିଟ୍ ଅପରିବର୍ତ୍ତିତ ରହିବ । ଅନର୍ସରେ ସର୍ବନିମ୍ନ ସିଟ୍ ସଂଖ୍ୟା ୮ ରହିବ ।
କିନ୍ତୁ ଯଦି କଲେଜଗୁଡିକ କୌଣସି ବିଭାଗରେ ସିଟ୍ କମ କରିବା ସହିତ ଅନ୍ୟ କୌଣସି ବିଭାଗରେ ସିଟ୍ ବଢାଇବାକୁ ଚାହୁଁଥିବେ, ସେ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି । ବିଭାଗ ବିଷୟଗୁଡିକରେ ସିଟ୍ ପରିବର୍ତ୍ତନକୁ ଅନୁମତି ଦେବ । ତେଣୁ ଡିଗ୍ରୀ କଲେଜଗୁଡିକ ସେମାନଙ୍କର ଆଞ୍ଚଳିକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରସ୍ତାବଗୁଡିକ ଦାଖଲ କରିବାକୁ ଶ୍ରୀ ମିଶ୍ର କହିଛନ୍ତି ଚିଠିରେ ଉଲ୍ଲେଖ କରିଛନ୍ତି।
previous post
next post