ଓଡିଶା

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

(ଓମ ପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟ ପଂଚାୟତର ଗୋବିନ୍ଦପୁର ଗାଁରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦୦ରୁ ଉଦ୍ଧ୍ୱର୍ କୃଷ୍ଣଚୂଡ଼ା, ନିମ୍ବ, ଜାମୁ ,ବରଗଛ , ଅଶ୍ୱତତ ଗଛ , କରଞ୍ଜ, ନିମ୍ବ ଆଦି ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଗାଁର ସତ୍ୟ ସେବକ ଯୁବ ସଙ୍ଘ ସଭାପତି ହୃଷିକେଶ ନାଏକ, ଧରଣୀ ଧର ନାଏକ, ସୁରେନ୍ଦ୍ର ପୁରୋହିତ, ଅଶୋକ ପୁରୋହିତ, ଜିଲ୍ଲାର ଯୋଗଗୁରୁ ମନୋଜ ପଣ୍ଡାଙ୍କ ସମେତ ଗାଁର ବହୁ ଯୁବକ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଆଗାମୀ ଭବିଷ୍ୟତରେ ଗଛ ବହୁତ ଜରୁରୀ ବୋଲି ଜିଲ୍ଲା ଯୋଗଗୁରୁ ମନୋଜ ପଣ୍ଡା କହିଥିଲେ ।ଏହି କାର୍ୟ୍ୟକ୍ରମରେ ବୀରମହରାଜପୁର ବନଖଣ୍ଡର ରେଞ୍ଜର ଅଭିନାଶ ବରୀହା ,ଫରେଷ୍ଟର ଜୟକୃଷ୍ଣ ପଟ୍ଟନାୟକ ,ପ୍ରବୀଣ ରଥ, ବଳରାମ ନାୟକ, ପିଣ୍ଟୁ ସଂଜୀବ ପ୍ରମୁଖ ବୄକ୍ଷ ରୋପଣରେ ସହଯୋଗ କରିଥିଲେ।

Related posts

ରାଜ୍ୟର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ କଡକଡି

mahabharatanews

ମହଙ୍ଗା ହେଲା ପାହାଳ ମିଠା

mahabharatanews

ତାମିଲନାଡୁରୁ ରାୟଗଡା ଆସିଲେ ୨୦୦ ପ୍ରବାସୀ ଓଡିଆ

mahabharatanews