ମନୋରଞ୍ଜନ

ଏଣିକି ବିଦେଶ ଯାତ୍ରା କରିପାରିବେ ଜ୍ୟାକଲିନ 

(ମୁମ୍ବାଇ) :  ବଲିଉଡ ଅଭିନେତ୍ରୀ ଜ୍ୟାକନିନ୍ ଫର୍ଣ୍ଣାଣ୍ତିଜଙ୍କୁ ଆସ୍ୱସ୍ଥି ।  କରିପାରିବେ ବିଦେଶ ଯାତ୍ରା । ହେଲେ କୋର୍ଟ ଜ୍ୟାକଲିନଙ୍କ ସାମ୍ନାରେ ରଖିଛନ୍ତି ଏକ ସର୍ତ୍ତ । ଭାରତ ଛାଡିବାର ତିନି ଦିନ ପୂର୍ବରୁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜଙ୍କୁ କୋର୍ଟ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅବଗତ କରିବା ନେଇ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଠକେଇ ମାମଲାର ଶୁଣାଣି କରି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏପରି ରାୟ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ମହାଠକ ସୁକେଶ ଚନ୍ଦ୍ର ଶେଖର ସହ ୨୦୦ କୋଟି ଅର୍ଥ ହେରଫେର୍ ମାମଲାରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲ । ଗତବର୍ଷ ନଭେମ୍ବର ମାସରେ ସର୍ତ୍ତ ରଖି ଅଭିନେତ୍ରୀଙ୍କୁ ଜାମିନ୍ ମିଳିଥିଲା ହେଲେ ବିନା କୋର୍ଟ ନିର୍ଦ୍ଦେଶରେ ଦେଶ ନ ଛାଡିବା ପାଇଁ କୁହାଯାଇଥିଲା । ହେଲେ ବର୍ତ୍ତମାନ ଏହି ସର୍ତକୁ କୋହଳ କରିଛନ୍ତି ଦିଲ୍ଲୀ କୋର୍ଟ ।

Related posts

ଗିରଫ ହେବେ ଡ୍ରାମା କୁଇନ !

mahabharatanews

‘ରଣବୀର ହେଉଛନ୍ତି ଭାରତର ସର୍ବୋତ୍ତମ ଅଭିନେତା’; ମହେଶ ବାବୁ

mahabharatanews

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

mahabharatanews