ଭାରତ

ପେଣ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

(ଦିଲ୍ଲୀ) : ଦିଲ୍ଲୀର ଅଲିପୁର ଦୟାଲ ବଜାରରେ ଥିବା ଏକ ପେଣ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ । ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟ ଜଣେ ପୋଲିସ କର୍ମଚାରୀ ମଧ୍ୟ ଥିବା ସୂଚନା ରହିଛି । ତେବେ ନିଆଁ ଲାଗିବା ସମୟରେ ପେଣ୍ଟ କାରଖାନାରେ କର୍ମଚାରୀମାନେ କାମ କରୁଥିଲେ।

ସୂଚନାନୁଯାୟୀ , ନିଆଁ ଲାଗିବା ପରେ ଫ୍ୟାକ୍ଟ୍ରିରୁ ବାହାରକୁ ଆସିପାରି ନଥିଲେ ୱାରକର୍ । ନିଆଁ ଲିଭା କାର୍ଯ୍ୟରେ ୨୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କର୍ମଚାରୀମାନେ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ତରେ ପେଣ୍ଟ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ୧୧ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

Related posts

ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ , ୭ ମୃତ

mahabharatanews

ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୯ ମୃତ

mahabharatanews

ଦିଲ୍ଲୀରେ ପ୍ରବଳ ଥଣ୍ଡା,ଜନଜୀବନ ଅସ୍ତବ୍ୟସ୍ତ 

mahabharatanews