(ଦିଲ୍ଲୀ) : ଆଗାମୀ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ । ଏକ ଏସିପିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ସିଏମ୍ ବାସଭବନରେ ପହଞ୍ଚିଥିଲା । ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ କିଣାବା ଅଭିଯୋଗ ଉପରେ ନୋଟିସ୍ ପ୍ରଦାନ କରିବାକୁ କ୍ରାଇମ ବ୍ରାଞ୍ଚର ଏସିପି କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି ।
ସୂଚନାନୁସାରେ, କେଜ୍ରିୱାଲ କରିଥିବା ଅଭିଯୋଗ ସମ୍ବନ୍ଧରେ ପ୍ରମାଣ ପ୍ରଦାନ କରନ୍ତୁ ବୋଲି ଅରବିନ୍ଦଙ୍କୁ ପୋଲିସ ନୋଟିସ ଦେଇଛି । ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ଦଳ ତାଙ୍କ ବିଧାୟକ କିଣିବାକୁ ଚେଷ୍ଟା କରୁଛି । କେଜ୍ରିୱାଲ କହିଥିଲେ ଯେ ତାଙ୍କର ୨୧ ଜଣ ବିଧାୟକଙ୍କୁ ଭାଙ୍ଗିବା ପାଇଁ ଯୋଜନା ଅଛି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ମଧ୍ୟରୁ ୭ ଜଣ ବିଧାୟକଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା ।
