ଓଡିଶା

ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ | ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୁଆ ଆଇସିଇଓମସି ବିଲଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟ ଉଦଘାଟନ କରିବେ | ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି କେ ପାଣ୍ଡିଆନ ବେଙ୍ଗାଲୁରରେ ଆୟୋଜିତ ଇନଭେଷ୍ଟସ ମିଟରେ ଡିଲଏଟ ର ବରିଷ୍ଠ ଅଧିକାରୀ ମାନଙ୍କୁ ଭେଟି ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ | ଆନ୍ତଜାତୀୟ ସ୍ତରରେ ଏହି ଆଇଟି କମ୍ପାନୀ ଦେଶର କିଛି ହାତ ଗଣତି ମେଟ୍ରୋ ସିଟିରେ ନିଜର କାର୍ଯ୍ୟାଳୟ ରଖିଛି |

ଓଡ଼ିଶାରେ ଏହି କମ୍ପାନୀ ଖୋଲିବା ପରେ ରାଜ୍ୟର ଅର୍ଥନୈତିକ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ନେଇ ଆଶା ରହିଛି | ଗତ କିଛିଦିନ ତଳେ 5T ସଚିବ ଏହି ବିଲଡିଂ ପରିଦର୍ଶନ କରିବା ସହିତ ଅକ୍ଟୋବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ | ନୁଆଁ ବିଲଡିଂରେ ପାର୍କିଂ ସୁବିଧା, କ୍ୟାଣ୍ଟିନ ଓ ମିଟିଙ୍ଗ ହଲ ଆଦି ରହିବା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ | ଏହି ବିଲଡିଂ ରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି | ଏଠାରେ ଗୁରୁତ୍ୱପୂର୍ଣ ଆଇସିଇଓମସି ସୁବିଧା ଯାହାକି କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ | ଏହା ଦ୍ୱାରା ଜରୁରୀ କାଳୀନ ପରିସ୍ଥିତି ପୁଲିସ ଏବଂ ଅନ୍ୟାନ ଜାନ ଏବଂ ବସ ସେବା ଉପରେ ନଜର ରଖାଯିବ | ଏଠାରୁ ସହର ର ସମସ୍ତ କାର୍ଯ୍ୟ ଉପରେ ଡିଜିଟାଲ ନିୟନ୍ତ୍ରଣ ରଖିହେବ |

Related posts

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ

mahabharatanews

ପୁଣି ଓଲଟିଲା ଯାତ୍ରୀବାହୀ ବସ

mahabharatanews

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews