ଓଡିଶା

ସାଲେପୁର ସଦର ମହକୁମା ହାଇସ୍କୁଲ ପଡ଼ିଆରେ ଧୁମଧାମରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ

କଟକ/ ତାରାକାନ୍ତ ନାୟକ : ସାଲେପୁର ସଦର ମହକୁମା ,ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ତହସିଲଦାର , ଏବିଡ଼ିଓ, ସିଡିପିଓ, ଏସଡିପିଓ ଓ ଥାନାଧିକାରୀ ଓ ବହୁ ବିଭାଗର ଅଧିକାରୀ ଉପସ୍ଥିତ ଥିବାର ଦେଖାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବହୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ୟାରେଡ଼ରେ ଭାଗ ନେଇଥିଲେ । ଏଥିସହିତ ସେମାନେ ମଧ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରା ଯାଇଥିଲା ।

 

Related posts

ବିଜେଡିର ନିର୍ବାଚନ ଇସ୍ତାହାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ 

mahabharatanews

ଜିଲ୍ଲାସ୍ତରୀୟ A1 ଗ୍ରେଡଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

mahabharatanews

ଚିକିତ୍ସାଧୀନ ହାତୀର ମୃତ୍ୟୁ

mahabharatanews