(ଭୁବନେଶ୍ୱର) : ଦିନକୁ ଦିନ ଘନେଇବାରେ ଲାଗିଛୁ ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ କମୁନି ଡେଙ୍ଗୁ ଆତଙ୍କ । ସବୁଦିନ ପୁଳାପୁଳା ରୋଗୀ ବାହାରୁଛନ୍ତି । ପ୍ରିୟଦର୍ଶିନୀ ମାର୍କେଟରେ ଡେଙ୍ଗୁରେ ୨ ଜଣ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ୧୫ ଦିନରେ ୧୫ରୁ ଅଧିକ ବ୍ୟବସାୟୀ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ବିଏମସି ଓ ବିଡ଼ିଏକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘ ।
ସୂଚନାନୁଯାୟୀ , ବର୍ଷା ଦିନ ଆରମ୍ଭରୁ ମାର୍କେଟର ରାସ୍ତାକୁ ଯେଉଁଭଳି ଖୋଳି ଦିଆଯାଇଛି ତାହା ଡ଼େଙ୍ଗୁ ବୃଦ୍ଧିର କାରଣ ପାଲଟିଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି । କମ୍ପେ୍ଲକ୍ସରେ ପୂର୍ବରୁ ଥିବା ଶୈାଚାଳୟକୁ ନବୀକରଣ କରାଯିବ କହି ବିଏମସି ଏହାକୁ ଭାଙ୍ଗି ଦେଇଛି । ନୂତନ ନିର୍ମାଣ ନ ହେବାରୁ ଏହା ଆବର୍ଜନାର ଗନ୍ତାଘର ପାଲଟିଥିବା ବ୍ୟବସାୟୀ କହିଛନ୍ତି । ଏଠାରେ ପୂର୍ବରୁ ଥିବା ଶୌଚାଳୟକୁ ନବୀକରଣ କରାଯିବା କଥା କହି ୩ ମାସ ପୂର୍ବରୁ ବିଏମ୍ସି ଏହାକୁ ଭାଙ୍ଗିଦେଇଛି । ଏହାପରେ ତୁରନ୍ତ ନୂତନ ଶୌଚାଳୟ ନିର୍ମାଣ ବଦଳରେ ହେଲା ଶୌଚାଳୟକୁ ଆବର୍ଜନା କେନ୍ଦ୍ରରେ ପରିଣତ କରି ଦିଆଯାଇଛି । କେବଳ ସେତିକି ନୁହେଁ ଠିକ ବର୍ଷା ଦିନ ଆରମ୍ଭ ଦିନରୁ ମାର୍କେଟର ରାସ୍ତାକୁ ଯେଉଁଭଳି ଖୋଳି ପକାଇ ଦିଆଯାଇଛି ତାହା ଡେଙ୍ଗୁ ବୃଦ୍ଧିର କାରଣ ପାଲଟିଛି ବୋଲି କହିଛନ୍ତି ବ୍ୟବସାୟୀ ।