ଓଡିଶା

ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ

(ଝାରସୁଗୁଡ଼ା): ମରୁଡ଼ି ଆଶଙ୍କା କରି ଇନ୍ଦ୍ର ପୂଜା କଲେ ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ତେବେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଳା କିରମିରା ବ୍ଲକର ଠାକୁରପଡ଼ା ଗାଁରେ । ତେବେ ସୂଚନା ଅନୁଯାୟୀ ପୂଜାର ଆୟୋଜନ ହେମାନନ୍ଦ ବିଶ୍ୱାଳ କରିଥିଲେ । ଏହି ପୂଜାରେ ସାମିଲ ହୋଇଥିଲେ ସେହି ଗାଁର ଲୋକେ, ହେମାନନ୍ଦ ବିଶ୍ୱାଳ, ତାଙ୍କ ପତ୍ନୀ ଓ ତାଙ୍କ ଭାଇ । ତେବେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଇନ୍ଦ୍ର ପୂଜା କରିବା କିଛି ନୂଆ କଥା ନୁହେଁ ବର୍ଷା ନହେଲେ ଇନ୍ଦ୍ର ଦେବତାଙ୍କୁୂ ପୂଜା କରାଯାଏ । ଏହା ଏକ ପୁରୁଣା ପରମ୍ପରା ଓ ବିଶ୍ୱାସ । ସେ କହିଛନ୍ତି ଅଗଷ୍ଟ ମାସରେ ଯଦି କମ୍ ବର୍ଷା ହୁଏ ତେବେ ତାହା ମରୁଡ଼ି ହେବାର ଏକ ପୂର୍ବାଭାସ । ୧୯୬୫ ମସିହାରେ ୭ ବର୍ଷର ସ୍ଥିତିକୁ ଅନୁଧ୍ୟାନ କରି ଏକ ରିପୋର୍ଟ ବାହାରିଥିଲା । ଏଥିରେ କୁହାଯାଇଥିଲା ଯେ ଯେବେବି ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି ସେହି ବର୍ଷ ମରୁଡ଼ି ହୋଇଛି । ଚଳିତ ବର୍ଷ ଅଗଷ୍ଟ ମାସରେ ରାଜ୍ୟରେ ସ୍ୱଭାବିକ ଠାରୁ ବହୁତ୍ କମ୍ ବର୍ଷା ହୋଇଛି । ତେଣୁ ରାଜ୍ୟରେ ବହୁ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖାଦେଇଛି ।

Related posts

ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

mahabharatanews

ଶୁଭଲକ୍ଷ୍ମୀ ସସପେନ୍ସ ; ସାମ୍ନାକୁ ଆସିଲା ବ୍ୟବଛେଦ ରିପୋର୍ଟ 

mahabharatanews

ରାଜ୍ୟରେ ଆଉ ୭ ଜଣଙ୍କ କରୋନାରେ ମୃତ୍ୟୁ ପରେ ମୋଟ ସଂଖ୍ୟା ୧୫୪

mahabharatanews