ଓଡିଶା

 ରାଜ୍ୟରେ ଘନ କୁହୁଡ଼ି,ଗାଡ଼ି ଚଳାଚଳ ବାଧାପ୍ରାପ୍ତ 

(ଭୁବନେଶ୍ୱର) :  ରାଜ୍ୟରେ କାୟା ମେଲାଇଛି ଘନ କୁହୁଡ଼ି । ସକାଳୁ ସକାଳୁ ଘନ କୁହୁଡ଼ି ଆବରଣରେ ଲୁଚି ଯାଉଛି ରାସ୍ତାଘାଟ । ଫଳରେ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ , ‘ଦକ୍ଷିଣ ଓଡ଼ିଶାର କୋରାପୁଟ ସବୁଠାରୁ ଥଣ୍ଡା ସହର ରହିଛି । କୋରାପୁଟରେ 7.1 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ବାଦ୍ ସେମିଳିଗୁଡ଼ାରେ 8.3 ଡିଗ୍ରୀ, ଜି ଉଦୟଗିରିରେ 9 ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ 9.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି । ସେହିପରି ଆଗାମୀ ଦୁଇ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି ।

Related posts

ଭୁଲ ଇଞ୍ଜେକ୍ସନ ନେଇ ୫୯ ରୋଗୀ ଅସୁସ୍ଥ

mahabharatanews

ଗଛକୁ ପିଟିଲା ବସ୍, ୭ ଗୁରୁତର

mahabharatanews

ଥାନାରେ ପଶି ପୁଲିସକୁ ଆକ୍ରମଣ

mahabharatanews