(ପୁରୀ) : ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଟଙ୍କା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି । କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି । ଏହି ଦାନ ଅର୍ଥ ଏବଂ ସୁନା, ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ବେଢା ପରିସର ଶାଖା କାର୍ଯ୍ୟାଳୟରେ ଗଣତି କରାଯାଇଥାଏ । ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ ।
ସୂଚନାନୁଯାୟୀ , ଆଜି ଶ୍ରୀମନ୍ଦିର ହୁଣ୍ଡିରୁ ୧ କିଲୋ ୮୦୦ ମିଲିଗ୍ରାମର ସୁନା ବାହାରିଛି । ଏହି ସୁନାକୁ କେହି ଜଣେ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ନେଇ କୁହାଯାଇଛି । ତେବେ ଆଜି ଶ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳି ଥିବାରୁ କେହି ଏକ ଭକ୍ତ ଦାନ କରିଛନ୍ତି । ରାଜ୍ୟରେ ଉପର ମୁହାଁ ପାରଦ, ୫୦ ଡିଗ୍ରୀ ଛୁଇଁଲା ରାଜସ୍ଥାନରେ ତାପମାତ୍ରା ଶ୍ରୀଜୀଉଙ୍କ ଦର୍ଶନ ସହ ଭକ୍ତମାନେ ଶ୍ରୀମନ୍ଦିରକୁ ମନଖୋଲି ଦାନ କରିବା ନୂଆ କଥା ନୁହେଁ ।
