ଓଡିଶା

ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ : ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ କରିଥିଲେ ଏମିତି ପୋଷ୍ଟ୍‌…

ଭୁବନେଶ୍ୱର : ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଭୁବନେଶ୍ୱରସ୍ଥିତ ବାସଭବନରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ମୃତ୍ୟୁ ପୂର୍ବରୁ ନିଜ ଫେସବୁକ୍‌ ପେଜ୍‌ରେ ଧର୍ମେନ୍ଦ୍ର କରିଥିବା ପୋଷ୍ଟକୁ ନେଇ ବଢ଼ିଛି ସସ୍‌ପେନ୍ସ। ପୁଲିସ୍‌ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ । ଜଣେ ପ୍ରତିଷ୍ଠିତ ରାଜନେତା ହୋଇଥିବା ସତ୍ତ୍ୱେ ତାଙ୍କ ପାରିବାରିକ ଜୀବନ ସୁରୁଖୁରୁରେ ଚାଲି ନ ଥିବା ସୂଚନା ମିଳିଛି। ଏପରିକି ଅଧିକାଂଶ ସମୟରେ ନିଶାସକ୍ତ ରହୁଥିବା ବେଳେ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି ତାଙ୍କ ଶ୍ୱଶୁର ।

ଗତକାଲି ବିଳମ୍ବିତ ରାତିରେ ଧର୍ମେନ୍ଦ୍ର ଘରକୁ ଫେରିଥିଲେ। ଏହାପରେ ସେ ନିଜ ବାଲକୋନୀରେ ବେକରେ ଗାମୁଛା ଗୁଡ଼ାଇ ହୋଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଖବର ପ୍ରଚାରିତ ହୋଇଛି। ଏହାବାଦ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁଥିପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ, ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

Related posts

ଡିସେମ୍ବର ୨୫ ତଥା ବଡଦିନ ଭେଟିରେ ମହିଳାଙ୍କୁ ମିଳିବ ‘ସୁଭଦ୍ରା’

mahabharatanews

୧୦ତମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭୋଟର ଦିବସ ପାଳିତ

mahabharatanews

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ୩ କୋଟି ୩୯ ଲକ୍ଷ ଟଙ୍କା

mahabharatanews