ଓଡିଶା

ବିନା ଶୁଳ୍କରେ ଶ୍ରୀ ଗୁଣ୍ଡିଚା ଦର୍ଶନ କରିପାରିବେ ଭକ୍ତ

(ପୁରୀ) : ଏଣିକି  ଶ୍ରୀ ଗୁଣ୍ଡିଚା ଦର୍ଶନ କରିପାରିବେ ଭକ୍ତ ।  ଭକ୍ତ ପ୍ରବେଶ କଲେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହୁଥିଲା ।  ତେବେ ଏବେ ଶ୍ରୀ ମନ୍ଦିର ଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ । ଏଥିପାଇଁ ଭକ୍ତଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାଶ ।

ସୂଚନାନୁଯାୟୀ ,  ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ ବର୍ତ୍ତମାନ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଛି । ଆଗାମୀ ରଥଯାତ୍ରା ପୂର୍ବରୁ ଉନ୍ନତୀକରଣ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି ।ଶ୍ରଦ୍ଧାଳୁଙ୍କ ପାଇଁ ଦୀର୍ଘ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଏହା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ବ୍ୟକ୍ତି ପିଛା ୨୦ ଟଙ୍କା ଫି ଦେବାକୁ ପଡୁଥିଲା । ହେଲେ ଏବେ ରଥଯାତ୍ରା ଠାରୁ ମନ୍ଦିରକୁ ନିଃଶୁଳ୍କ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ ।

Related posts

ମୋ ବସ ଡ୍ରାଇଭରକୁ ମାଡମାରିଲେ ଯୁବକ

mahabharatanews

କରୋନାରେ ପୁଣି ଜଣେ ସାମ୍ବାଦିକ ଆଖି ବୁଜିଲେ

mahabharatanews

ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

mahabharatanews