ଓଡିଶା

କରୋନାରେ ପୁଣି ଜଣେ ସାମ୍ବାଦିକ ଆଖି ବୁଜିଲେ

(ରଜନୀକାନ୍ତ ପାତ୍ର/ହିଞ୍ଜିଳିକାଟୁ): ହିଞ୍ଜିଳିକାଟୁ ସମାଜ ଖବର କାଗଜର ସ୍ୱର୍ଗତ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମଝିଆ ଭାଇ ତଥା ସାମ୍ବାଦିକ ନିଳୟରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ କିଛି ଦିନ ହେଲେ ଗଳା ଜନିତ ସମସ୍ୟାରେ ପୀଡ଼ିତ ହେବାରୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲ୍ ଭର୍ତି ହୋଇଥିଲେ । କିଛି ଦିନ ହସ୍ପିଟାଲ୍ ରେ ରହିବା ପରେ ଘରକୁ ଫେରିଥିଲେ। ପୁଣି ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବା ଫଳରେ ଭୁବନେଶ୍ୱର ସ୍ଥିତ ଘରୋଇ ହସପିଟାଲକୁ ଯାଇଥିଲେ ସେଠାରେ କୋଭିଡ୍ ପରୀକ୍ଷା ବେଳେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଜି ଭୋରରେ ମୃତ୍ୟୁ ବରଣ କରିଥିବା ଶୁଣିବାକୁ ମିଳୁଛି । ସ୍ୱର୍ଗତ ନିଳୟ ରଞ୍ଜନ ପଟ୍ଟନାୟକ ଜଣେ ବିଶିଷ୍ଟ ଚିତ୍ରକାର, ସାମ୍ବାଦିକ, ବିଜେପି ନେତା, ସମାଜସେବୀ ଭାବେ ହିଞ୍ଜିଳି ଓ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବେଶ ପରିଚିତ ଥିଲେ । ତାଙ୍କ ମୃତ ବେଳେ ଧର୍ମପତ୍ନୀ ସଂଧ୍ୟାରାଣୀ ପଟ୍ଟନାୟକ, ତାଙ୍କ ପୁଅ ଅନିକେତ ପଟ୍ଟନାୟକ ଓ ଝିଅ ଅନ୍ୱେଷା ପଟ୍ଟନାୟକ ପରିବାର ସଦସ୍ୟ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୁଚନା ମିଳିଛି ।

Related posts

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

mahabharatanews

ଦେବଗଡ଼ ରେ ତାଣ୍ଡବ ରଚିଲା କାଳ ବୈଶାଖୀ…

mahabharatanews

ଆଇଆଇସିଙ୍କୁ ମାଡମାରି ଏଏସଆଇ ନିଲମ୍ବିତ

mahabharatanews