ଓଡିଶା

ଅଙ୍ଗାରବନ୍ଧ ମହିମା ଧାମରେ ୧୬୩ତମ ମାଘ ମେଳା ଓ ଆନ୍ତର୍ଜାତୀୟ ମହିମା ମହୋତ୍ସବ ଉଦଯାପିତ

ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ମହିମା ଧାମରେ ୧୬୩ତମ ମାଘ ମେଳା ଓ ଆନ୍ତର୍ଜାତୀୟ ମହିମା ମହୋତ୍ସବ ଉଦଯାପିତ  ହୋଇଯାଇଛି। ପ୍ରଥମ ଦିନ ଚତୁର୍ଦ୍ଦଶୀରେ  ହଜାର ହଜାର ଭକ୍ତଙ୍କ  ସମାଗମ ସହ ଦ୍ଵିତୀୟ ଦିନଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚାଲିଛି । ଆଜିର ଶେଷ ସଂନ୍ଧ୍ୟା ରେ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇଥିବାବେଳେ ତାଙ୍କ ସହ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଏଡିଏମ ଉଦୟ ମହାପାତ୍ର , ଆଇନଜିବୀ ରଞ୍ଜନ ପାତ୍ର, ଜିଲ୍ଲା ସାମ୍ବାଦିକ ସଂଘ ଏଡିୟୁଜେ ସଭାପତି ଅଜିତ କୁମାର ଧର,ତୀର୍ଥ ବାବା, ମଦନ ବାବା, ପ୍ରତାପ ବାବା,ସରପଞ୍ଚ ସୁଜାତା ସାହୁ, ସମିତିସଭ୍ଯା ସୁଜାତା ସ୍ଵାଇଁ, ନାଏବ ସରପଞ୍ଚ ସୁରଥ ଶୁଲ, ଆଞ୍ଚଳିକ ସଭାପତି ଲୋକନାଥ ଗୁରୁଜୀ, ମନ୍ଦିର କମିଟି ସଭାପତି ଶିବ ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଗ୍ରାମ ସଭାପତି ସୁଧୀର ବେହେରା ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ପ୍ରଥମେ ଅତିଥିଗଣ  ଦ୍ୱିପ ପ୍ରଜ୍ଜଳନ କରି ଉତ୍ସବକୁ ଆଗକୁ ବଢାଇଥିଲେ। ଶେଷରେ ସବୁଦିନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।  କାର୍ଯ୍ୟକ୍ରମ ରେ ଅତିଥି ମହିମା ଗୋସେଇଁ ଙ୍କ ମହିମା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଅନୁଗୋଳ ଜିଲ୍ଲା ର ସାମ୍ବାଦିକଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

Related posts

ଆଜିଠୁ ସକାଳୁଆ ସ୍କୁଲ

mahabharatanews

 ୬ରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

mahabharatanews

ଆସନ୍ତା କାଲି ପୋରା ଉଆଁସ ପର୍ବ

mahabharatanews