ଓଡିଶା

 ୬ରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

(ଭୁବନେଶ୍ୱର) : ଆଗାମୀ ୬ ତାରିଖରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଓଡ଼ିଶା ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ରାହୁଲ ଓଡ଼ିଶାରେ ପ୍ରବେଶ କରି ସୁନ୍ଦରଗଡ଼ରେ ରୋଡ୍‌ ସୋ’ କରିବେ। ଓଡ଼ିଶାରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର କାର୍ଯ୍ୟକ୍ରମ । ୭ ଓ ୮ ତାରିଖରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ହେଲା ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା। ରାହୁଲଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟ ଟିମ ଭୁବନେଶ୍ୱରରେ କାର୍ଯ୍ୟ କରୁଛି ।

Related posts

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

mahabharatanews

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews

ହାଜତ ମୃତ୍ୟୁରେ ବଦଳିଲେ ତଦନ୍ତକାରୀ ଅଫିସର

mahabharatanews