ଓଡିଶା

ଝାଡାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ବନ୍ଧଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗାଁରେ ୪ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୮ ତାରିଖରୁ ଦଣ୍ଡସେନାଗୁଡା ଗାଁରେ ଝାଡ଼ାବାନ୍ତି ରୋଗ ଆରମ୍ଭ ହୋଇଛି । ୯ ତାରିଖ ଦିନ ଜାନକି ଅମନାତ୍ୟ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଘରକୁ ଯାଇ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।ସେହିପରି ୧୧ ତାରିଖ ଦିନ ସନ୍ଧ୍ୟା ସମୟରେ ନରସିଂହ ନାୟକ ନବରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ମଧ୍ୟ ଗତକାଲି ଅମନାତ୍ୟ ନାମକ ୬୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ସେହି ଗାଁରେ ପହଞ୍ଚି ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ସୂଚନା ମିଳିଛି ।

ତେବେ ମୃତକମାନଙ୍କ ସମ୍ପର୍କରେ ଏଡିଏମଓଙ୍କ କହିବା ଅନୁଯାୟୀ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗାଁରେ ମେଡିକାଲ ଟିମ ରହି ଚିକିତ୍ସା ଜାରି ରଖିଛନ୍ତି। ଗାଁରେ ଚିକିତ୍ସିତ ହେଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ୭ବର୍ଷର ନାବାଳିକା ରହିଛି । ମେଡିକାଲ ଟିମ ଗାଁରେ ରହି ଚିକିତ୍ସା ଜାରି ରଖିଥିବା ବେଳେ ଗାଁର ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି। ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ ବୋଲି ଜଣାପଡିଛି ।

Related posts

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ

mahabharatanews

ଓଡିଶା ଗ୍ରସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews

କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ବଣ୍ଟନ

mahabharatanews