ମାଲକାନଗିରି : ଡାଇରିଆ ଆତଙ୍କରେ ଥରହର ମାଲକାନଗିରି । ମାଲକାନଗିରିରେ ଡାଇରିଆ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ଗତ ସପ୍ତାହରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ନିକଟରେ ମାଥିଲି କୋପ୍ରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପି ଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି । କେବଳ ମାଥିଲି କୋପ୍ରା ନୁହେଁ , ଜିଲ୍ଲାର ବିଭିନ୍ନ ସ୍ଥାନରୁ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି ।
ତେବେ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ବେଡ ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି ।ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ରୁ ୨୫ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବା ଘଟଣାକୁ ଅତି ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ବିଭାଗ ।