ପାଣିପାଗ

୩୧ ସୁଦ୍ଧା ପୁଣି ଏକ ଘୂର୍ଣ୍ଣିବଳୟ,ସତର୍କ ରହିବାକୁ ସୂଚନା

ବ୍ୟୁରୋ : ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଜୁଲାଇ ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ୩୧ ତାରିଖ ସକାଳ ୮.୩୦ ଯାଏ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ସେସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଦେବଗଡ଼, ମାଲକାନାଗିରି, କୋରାପୁଟ ଓ ରାୟଗଡ଼ା। ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ପାଣିପାଗ ବିଭାଗର ସୂଚନାନୁସାରେ ଆସନ୍ତା ୩ ପର‌୍ୟ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।
ଏହାବାଦ ଆସନ୍ତା ୨୪ ଘଣ୍ଟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୬ ଜିଲ୍ଲାରେ ୭୦ରୁ ୧୧୦ ମିମି ପର‌୍ୟ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।ତେଣୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ସାବଧାନ! ଆଜି ଖୋଲିବ ହୀରାକୁଦର ୨୦ ଗେଟ୍

mahabharatanews

୭ ଦିନ ଯାଏଁ ପ୍ରବଳ ବର୍ଷା

mahabharatanews

ବଡଦିନ ପରଠାରୁ ରାଜ୍ୟରେ ଆହୁରି ବଢିବ ଶୀତ

mahabharatanews