Uncategorized

ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ବଢ଼ିଲା ଦିଦିଙ୍କ ଅଡୁଆ

କୋଲକାତା : ଚର୍ଚ୍ଚାକୁ ଫେରିଛି ନାରଦା ଷ୍ଟିଙ୍ଗ ଅପରେସନ । ପୁଣିଥରେ ପଶ୍ଚିମବଙ୍ଗ ରାଜନୀତିକୁ ଗରମ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଚାର୍ଜସିଟରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କର ନାମ ରହିଛି । ଏହା ବ୍ୟତୀତ ଚାର୍ଜସିଟରେ ପୂର୍ବମନ୍ତ୍ରୀ ମଦନ ମିତ୍ରଙ୍କର ନାମ ବି ରହିଛି । ଅନ୍ୟପଟେ ଟିଏମସି ଛାଡିସାରିଥିବା ସୋଭନ ଚାଟାର୍ଜୀଙ୍କ ନାମ ବି ଏହି ଚାର୍ଜସିଟରେ ରହିଥିବାବେଳେ ପୁଲିସ ଅଧିକାରୀ ଏସଏମଏଚ ମିର୍ଜାଙ୍କୁ ବି ଏହି ମାମଲାରେ ଅଭିଯୁକ୍ତ ଭାବେ ଗ୍ରହଣ କରିଛି ଇଡି ।
ସିବିଆଇ ମେ’ ମାସରେ ନାରଦା ଷ୍ଟିଙ୍ଗ ଅପରେଶନ ମାମଲାରେ ଟିଏମସିର ୪ ଜଣ ମନ୍ତ୍ରୀ, ପୂର୍ବ ମେୟରଙ୍କୁ ଗିରଫ କରିଥିଲା । ଏଭଳି ଗିରଫଦାରୀକୁ ନେଇ କୋଲକତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋର ବିରୋଧ କରିଥିଲେ ।
ସେ ଅଭିଯୋଗ କରିଥିଲେ କି କେନ୍ଦ୍ରୀୟ ଏଜେନ୍ସିମାନେ କେନ୍ଦ୍ର ସରକାରଙ୍କ କଥାରେ ଏଭଳି କରୁଛନ୍ତି । ଏହି ମାମଲା ଷ୍ଟିଙ୍ଗ ଅପରେସନ ସମ୍ବନ୍ଧିତ । ଏହି ଅପରେସନରେ ପୂର୍ବ ସରକାରୀ କର୍ମଚାରୀ ଷ୍ଟିଙ୍ଗ ଅପରେସନ କରୁଥିବା ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା ।
୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Related posts

ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

mahabharatanews

ଉପକୂଳବର୍ତ୍ତୀ ଗାଁ ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

କେରଳ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଗିରଫ

mahabharatanews