ଭୁବନେଶ୍ୱର: ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସ୍ପେଶାଲ ସିବିଆଇ କୋର୍ଟ କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋଇଲା ଦୁର୍ନୀତି ପ୍ରସଙ୍ଗରେ ଦିଲ୍ଲୀପ ରାୟ ପ୍ରଥମ ମନ୍ତ୍ରୀ ଯିଏ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ ସିବିଆଇ କୋର୍ଟ ଏ ନେଇ ରାୟ ଶୁଣାଇଛନ୍ତି । ଆସନ୍ତା ୨୪ ତାରିଖରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ।
୧୯୯୯ରେ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ । କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ସିବିଆଇ ଏହି ମାମଲାରେ ତଦନ୍ତ କରୁଛି । ୧୯୯୯ରେ ଝାଡଖଣ୍ଡର ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା, ଯେଉଁଥିରେ ବ୍ୟାପକ ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ କରୁଥିଲା । ।