ମନୋରଞ୍ଜନ

ପରଲୋକରେ ଲୋକପ୍ରିୟ ଅଭିନେତା  ଦୀନେଶ

(ମୁମ୍ବାଇ) : ପରଲୋକରେ ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ । ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି | ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ୧୨ ଟା.୦୮ରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମାତ୍ର ୫୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ତଥା ଦୀନେଶ ଫଡନିସଙ୍କର ଅତି ଘନିଷ୍ଠ ବନ୍ଧୁ ଥିବା ଦୟାନନ୍ଦ ଶେଟ୍ଟୀ କହିଛନ୍ତି ଯେ ଦୀନେଶ ଯକୃତ, ହୃତପିଣ୍ଡ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ ଏବଂ ତାଙ୍କର ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଦୀନେଶ ଫଡନିସଙ୍କୁ ୩୦ ନଭେମ୍ବରରୁ କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବିଗିଡି ଯାଉଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଦୀନେଶ ୨୦ବର୍ଷ ଧରି ‘ସିଆଇଡି’ରେ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିଲେ। ୧୯୯୮ରୁ ଆରମ୍ଭ ହୋଇଥିବା ଏହି ଧାରାବାହିକ ହେଉଛି ଭାରତର ଦୀର୍ଘତମ ଟେଲିଭିଜନ ଧାରାବାହିକ ମଧ୍ୟରୁ ଅନ୍ୟତମ।

Related posts

ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍

mahabharatanews

ବସ୍‌ରେ ଲଭବାର୍ଡ ପରିଣୀତି ଓ ରାଘବ

mahabharatanews

ଫିଲ୍ମ ସିଟି ପାଇଁ ବୋନି କପୁରଙ୍କୁ ମିଳିଲା ଟେଣ୍ଡର

mahabharatanews