ଓଡିଶା

ଅନୁଗୋଳରେ ଜିଲ୍ଲା ସ୍ତରୀୟ ‘ଆର୍ଟ ଅଫ୍ ଗିଭିଂ ଦିବସ’ ଉତ୍ସାହର ସହ ପାଳିତ

ଅନୁଗୋଳ ରେ ଜିଲ୍ଲା ସ୍ତରରେ ‘ଆର୍ଟ ଅଫ୍ ଗିଭିଂ ଦିବସ’  ମୁନିସିପାଲିଟି ଟାଉନ ହଲ ପରିସରରେ  ପାଳିତ ହୋଇଯାଇଛି। ସମାଜରେ ପରସ୍ପର ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଓ ସମାଜସେବୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା,ଯୋଗଗୁରୁ ଅଭୟ ରାୟ, ଅନେକ ସମାଜସେବୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଅତିଥିମାନଙ୍କୁ ଆୟୋଜକ ପକ୍ଷରୁ ସମ୍ବର୍ଦ୍ଧନା ଜଣାଯାଇଥିଲା। କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ସଫଳ ସଂଚାଳନ କରିଥିଲେ।୨୦୧୩ ମସିହାରୁ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା KIIT ଓ KISS ର ପ୍ରତିଷ୍ଠାତା  ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା  ବିଶ୍ଵବ୍ୟାପୀ ‘ଆର୍ଟ ଅଫ୍ ଗିଭିଂ’ ର ପ୍ରୟାସ ଜାରିରହିଛି।ସମାଜରେ ଖୁସି, ସମ୍ପ୍ରୀତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏବଂ ଲୋକଙ୍କୁ ସେବା ଓ ଦାନ କରିବା ପାଇଁ ପ୍ରେରଣା ଯୋଗାଇବା ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ରହିଥିଲା ।ଏବର୍ଷର ବିଷୟବସ୍ତୁ ସେୟାର୍ ଟୁ  ସାଇନ୍ ରହିଥିବା ବେଳେ ୧୩ ତମ ଆର୍ଟ ଅଫ୍ ଗିଭିଂ ଦିବସ  ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ  କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । 222ଟି ଦେଶରେ ଆର୍ଟ ଅଫ୍ ଗିଭୀଙ୍ଗ କାଯ୍ୟକ୍ରମ ପାଳନ କରାଯାଉଛି । ଆର୍ଟ ଅଫ୍ ଗିଭୀଙ୍ଗ ର ଚଳିତ ବର୍ଷର ଥିମ ସେୟାର ଟୁ ସାଇନ୍ ର ଉଦ୍ଦେଶ୍ୟ କୁ ଉପସ୍ଥିତ ଅତିଥି ମାନେ ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଉପସ୍ଥାପିତ କରିଥିଲେ । ଚଳିତ ବର୍ଷର ଥିମ୍ “Share to Shine” ରଖାଯାଇଥିଲା। ଏହି ଅବସରରେ କିଟ୍ ଜିଲ୍ଲା ସଂଯୋଜକ ଅଜୟ ସାହୁ ଧନ୍ୟବାଦ ଜଣାଇଥିଲେ। କିଟ୍ ସହଯୋଗୀ ପ୍ରଦ୍ୟୁମ୍ନ ପ୍ରଧାନ, ବିଜୟ ପ୍ରଧାନ, ଶିଶିର ସାହୁ, ବିପିନ କଂହର, ନରେଶ ସାହୁ, ସୁଧାକର ସାହୁ, ପ୍ରଦୀପ, ରଣଜିତ, ଜଙ୍ଗଲ ପୃଷ୍ଟି, ଶୂନ୍ୟବାସୀ ସେଠି ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ସଫଳ ରୂପେ ରୂପାୟନ କରିଥିଲେ।ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି ଯେ, ‘ଆର୍ଟ ଅଫ୍ ଗିଭିଂ’ ଦିବସ ସମାଜରେ ମାନବିକ ମୂଲ୍ୟବୋଧ ଓ ସେବା ଭାବନାକୁ ଆହୁରି ସୁଦୃଢ଼ କରୁଛି।

Related posts

ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ

mahabharatanews

ପୁଣି ଭାରତମାଳାରେ ଭୟଙ୍କର ଦୁର୍ଘଟଣା ; ଦୁଇ ପିକଅପ୍ ଧକ୍କା, ୫ ଗୁରୁତର

mahabharatanews

୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

mahabharatanews