ଓଡିଶା

ରବି ଋତୁ ଧାନ ସଂଗ୍ରହ ସଂପର୍କିତ ଜିଲ୍ଲାସ୍ତରୀୟ ବୈଠକ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକରେ ରବି ଋତୁ ଧାନ ସଂଗ୍ରହ ବ୍ୟବସ୍ଥାର ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ରବି ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଅଧିକାରୀ ମାନଙ୍କ ସହ ଶ୍ରୀ ଦାସବର୍ମା ବ୍ୟାପକ ଆଲୋଚନା କରିଛନ୍ତି । ଉପଯୁକ୍ତ ଚାଷୀମାନେ ଯେପରି ବାଦ ନପଡନ୍ତି ଏଥିନିମନ୍ତେ ପଦକ୍ଷେପ ନେବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀସଦରର ୩୧ଟି ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ କରଯି୍ବ ।

ଏପର୍ୟ୍ୟନ୍ତ ପ୍ରାୟ ୧୩ ହଜାର ଚାଷୀ ପଞ୍ଜିକରଣ କରି ସାରିଛନ୍ତି । ଆସନ୍ତା ୭ ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ । ଗତବର୍ଷ ୩.୩୭ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି । ଯେଉଁ ଚାଷୀ ମାନେ ପଞ୍ଜିକରଣ କରିନାହାଁନ୍ତି ତୁରନ୍ତ ପଞ୍ଜିକରଣ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ରୋପ କରିଛନ୍ତି । ପଞ୍ଜିକରଣ ନେଇ ସ୍ଥାନୀୟ ଭାବରେ କୌଣସି ସମସ୍ୟା ଥିଲେ ତୁରନ୍ତ ବ୍ଲକ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟିକୁ ଦୃଷ୍ଟିରେ ରଖି ପର୍ୟ୍ୟାପ୍ତ ପଲିଥିନ ମହଜୁଦ ରଖିବାକୁ ପ୍ୟାକ୍ସ ଗୁଡିକୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି । ରବି ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଚାଷୀମାନଙ୍କ କୌଣସି ସମସ୍ୟା ନହୁଏ ଏଥିନିମନ୍ତେ ଜିଲ୍ଲାର ସମସ୍ତ ସମବାୟ ଓ ଯୋଗାଣ ବିଭାଗ ଅଧିକାରୀ ମାନଙ୍କ ସହିତ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଯୋଡି ହୋଇ ଧାନ ସଂଗ୍ରହ ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମବାୟ ସମିତି ଉପ ନିବନ୍ଧକ ଶ୍ରୀ ଭୀମସେନ ସାହୁ, ସହକାରୀ ନିବନ୍ଧକ ଶ୍ରୀ ସ୍ୱରୂପ କର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା, ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ହାୱଡାସିଂ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଲକ୍ଷ୍ମୀଧର ସାହୁ, ଶ୍ରୀ ଜମ୍ବେଶ୍ବର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ବିଦ୍ୟାଧର ସ୍ୱାଇଁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ବିଜୟ କୁମାର ତରେଇ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ଯୁଧିଷ୍ଠିର ନାୟକ, ଚାଷୀ ପ୍ରତିନିଧି ଶ୍ରୀ ଭାଗିରଥି ବଡଜେନା, ବିଭିନ୍ନ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ସିକିରିଡିରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

mahabharatanews

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟପତି 

mahabharatanews

 ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍

mahabharatanews