ଓଡିଶା

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ସ୍ଥାନୀୟ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବିଶିଷ୍ଟ  ଆଇନଜୀବୀ ସୁବ୍ରତ ଦାସ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ରିପୋର୍ଟ ପ୍ରକାଶ କରିବା ସହ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ସଂଘର ସଭାପତି ଅକ୍ଷୟ ମହାନ୍ତି, ସଂପାଦକ ହରିହର ସାହୁ, ଉପସଭାପତି ମାନଗୋବିନ୍ଦ ମହାନ୍ତ, କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତି, ଲାଇବ୍ରେରୀ ଇନଚାର୍ଜ ବିନୟ ମହାନ୍ତି, ଯୁଗ୍ମ ସଂପାଦକ ଏବଂ ୧୦ ଜଣ କାର୍ଯ୍ୟକାରିଣୀ ସଭ୍ୟ/ସଭ୍ୟାଙ୍କୁ ଶପଥ ପାଠ କରାଇଥିଲେ । ସଭାପତି ଅକ୍ଷୟ ମହାନ୍ତିଏବଂ ଉପସଭାପତି ମାନଗୋବିନ୍ଦ ମହାନ୍ତି ପ୍ରମୁଖ ଓକିଲ ମାନଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା, ରାଇରଙ୍ଗପୁର ର ଉନ୍ନତି ଏବଂ ଓକିଲ ସଂଘର ନୂତନକଳେବର ପାଇଁ ସେ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Related posts

ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର ସହ ୨ଟି ଟ୍ରକ

mahabharatanews

କରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେ

mahabharatanews

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

mahabharatanews