ଓଡିଶା

ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ

ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ l ଶରୀର ଅସୁସ୍ଥତା କାରଣରୁ ପରିବାର ଲୋକେ କଟକ ନେଇ ଯାଉଥିବା ସମୟରେ ପରଲୋକ ଗମନ କରିଥିବା ନେଇ ପରିବାର ସୂତ୍ରରୁ ସୂଚନା ମିଳିଥିବା ବେଳେ ସ୍ଵର୍ଗତ ଦୋଳଗୋବିନ୍ଦ ଦାସଙ୍କ ବିୟୋଗରେ ପାରାଦୀପ ର ବିଭିନ୍ନ ମହଲରେ ଶୋକର ଛାୟା ଦେଖିବାକୁ ମିଳିଛି l ପାରାଦୀପ ବନ୍ଦର ଆରମ୍ଭରୁ ସର୍ବପ୍ରଥମ ଶ୍ରମିକ ନେତା ଭାବରେ ଶ୍ରମିକ ମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦୋଳଗୋବିନ୍ଦ ଦାସ l ଜଣେ ମିଷ୍ଟଭାଷୀ, ଅମାୟିକ ଓ ଦରଦୀ ମଣିଷ ଭାବରେ ଜଣାଶୁଣା ସ୍ବର୍ଗତ ଦୋଳଗୋବିନ୍ଦ ଦାସ କେବଳ ଶ୍ରମିକନେତା ଭାବରେ ନୁହେଁ ପାରାଦୀପ ବିଶ୍ୱହିନ୍ଦୁ ପାରିଷଦ ର ସଭାପତି ରହିଥିବା ବେଳେ ଜଣେ କଳାକାର ଭାବରେ ମଧ୍ୟ ତାଙ୍କର ପାରାଦୀପ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଥିଲେ l ସ୍ବର୍ଗତ ଦୋଳଗୋବିନ୍ଦ ଦାସଙ୍କ ମରଶରୀର କୁ ଶୋଭାଯାତ୍ରା ରେ ପାରାଦୀପ ଅଞ୍ଚଳ ପରିକ୍ରମା କରିବା ସହିତ ସ୍ୱର୍ଗଦ୍ୱାର ରେ ଅନ୍ତିମ ସଂସ୍କାର କରାଯିବା ନେଇ ପରିବାର ତରଫରୁ ସୂଚନା ମିଳିଛି l

Related posts

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

ଅନ୍ତଃକଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

mahabharatanews

ମତ୍ସ୍ୟ ଉତ୍ପାଦନକାରୀ ମହାସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା

mahabharatanews