ଘନ କୁହୁଡ଼ି ଦୃଷ୍ଟିଗୋଚରତାକୁ ଗୁରୁତର ଭାବରେ ହ୍ରାସ କରୁଥିବା ଏବଂ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଥିବାରୁ, ଗୌତମ ବୌଦ୍ଧ ନଗର ଜିଲ୍ଲା ପ୍ରଶାସନ ‘କୁହୁଡ଼ିରେ ନିରାପଦ ଯାତ୍ରା’ ପରାମର୍ଶ ଜାରି କରିଛି, ଯେଉଁଥିରେ ଯାତ୍ରୀମାନଙ୍କୁ ସଙ୍ଗୀତ ସିଷ୍ଟମ ବନ୍ଦ କରିବାକୁ, ଧୀରେ ଗାଡି ଚଳାଇବାକୁ ଏବଂ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ଉଦିତ ନାରାୟଣ ପାଣ୍ଡେ କହିଛନ୍ତି ଯେ ଶୀତ ମାସଗୁଡ଼ିକରେ କୁହୁଡ଼ି ରାସ୍ତାରେ ଏକ ଗମ୍ଭୀର ବିପଦ ଭାବରେ ଉଭା ହୋଇଛି, ଯାହା ଦୁର୍ଘଟଣାର ସମ୍ଭାବନାକୁ ବହୁଗୁଣିତ କରିଥାଏ। “ଯଦି ଡ୍ରାଇଭରମାନେ କିଛି ସରଳ କିନ୍ତୁ ଅତ୍ୟାବଶ୍ୟକ ସତର୍କତା ପାଳନ କରନ୍ତି, ତେବେ ଅନେକ ଦୁର୍ଘଟଣାକୁ ଏଡାଯାଇପାରିବ,” ସେ କହିଥିଲେ।
କୁହୁଡି ଯୋଗୁଁ ନୋଏଡା ପ୍ରଶାସନ ଆଡଭାଇଜରି ଜାରି କରିଛି । କୁହୁଡି ଯୋଗୁଁ ସୁରକ୍ଷିତ ଯାତ୍ରା କରିବା ପାଇଁ ଗାଡ଼ି ଚାଳକଙ୍କୁ ମ୍ୟୁଜିକ ସିଷ୍ଟମ ବନ୍ଦ ରଖିବା ସହିତ ଧୀର ଗତିରେ ଗାଡି ଚଲାଇବା ପାଇଁ କୁହାଯାଇଛି । ପରିବହନ ଅଧିକାରୀ ଉଦିତ ନାରାୟଣ ପାଣ୍ଡେ କହିଛନ୍ତି, ଥଣ୍ଡା ଯୋଗୁଁ କୁହୁଡି ହେଉଥିବାରୁ ରାସ୍ତାରେ ଗାଡ଼ି ଚଲାଇବା କଷ୍ଟର ହୋଇପଡିଛି । ଏଥିପାଇଁ ଦୁର୍ଘଟଣରା ଆଶଙ୍କା ବଢିଚାଲିଛି । ଯଦି ଚାଳକ କିଛି ସରଳ ଏବଂ ଆବଶ୍ୟକୀୟ ସାବଧାନତା ପାଳନ କରନ୍ତି, ତେବେ କିଛି ମାତ୍ରାରେ ଦୁର୍ଘଟଣାରୁ ରକ୍ଷା ପାଇପାରିବେ । କୁହୁଡି ସମୟରେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ତରତର ହୁଅନ୍ତୁ ନାହିଁ । ଧୀରେ ଗାଡି ଚଲାନ୍ତୁ, ସତର୍କ ରୁହନ୍ତୁ । ଘନ କୁହୁଡି ଯୋଗୁଁ ଭିଜିବିଲିଟି କମ୍ ରହୁଥିବା ଦୁର୍ଘଟଣା ବିପଦ ଅଧିକ ରହିଥାଏ । ଗାଡ଼ି ଚଲାଇବା ବେଳେ ମ୍ୟୁଜିକ ସିଷ୍ଟମ ବନ୍ଦ ରଖନ୍ତୁ । ଏସି ପରିବର୍ତ୍ତେ ହାଲୁକା ଭାବେ ହିଟର ବ୍ୟବହାର କରନ୍ତୁ ଏବଂ ଭିଜିବିଲିଟି ପାଇଁ କାର୍ କାଚ ଅଳ୍ପ ଖୋଲା ରଖନ୍ତୁ ।
