ଓଡିଶା

ଡିଏସପି ବେଣୁ ଗୋପାଳ ପାଇବେ ରାଷ୍ଟ୍ରପତି ପୁରସ୍କାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ପାଇଁ ଆଜି ଗର୍ବର ଦିନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିବାସୀ ତଥା ଦୀର୍ଘ ବର୍ଷ ଧରି ଵ୍ରହ୍ମପୁର ସହରର ପୋଲିସ ଅଧିକାରୀ ବେଣୁ ଗୋପାଳ ଆଚାର୍ୟ୍ୟ ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବେଣୁ ଗୋପାଳ ଜଣେ ଡିଏସପି ରାଙ୍କର ଅଧିକାରୀ । ସେ ବର୍ତ୍ତମାନ ଭୁବନେଶ୍ୱର ଭିଜିଲାନ୍ସ ବିଭାଗରେ ଡିଏସପି ଭାବେ କାର୍ୟ୍ୟରତ ଅଛନ୍ତି । ଆଚାର୍ୟ୍ୟ ଦୀର୍ଘ ବର୍ଷ ଧରି ସେ ଵ୍ରହ୍ମପୁର ସହରର ପ୍ରାୟ ସମସ୍ତ ଥାନାରେ ଦ୍ୱତୀୟ ଅଫିସର ଭାବେ କାର୍ୟ୍ୟ କରି ସୁନାମ ଅର୍ଜନ କରିବା ସହ ଲୋକଙ୍କ ବେଶ ନିକଟତର ହୋଇ ପାରିଥିଲେ । ଅପରାଧୀଙ୍କୁ ଧରିବାରେ ମଧ୍ୟ ବେଶ ସଫଳତା ପାଇଥିଲେ । ସୂଚନାଯୋଗ୍ୟ, ୨୦୧୨ରେ ସେ ନିଜର କର୍ତ୍ତବ୍ୟ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ସେହିପରି ୨୦୧୫ରେ ନିଜର କାର୍ୟ୍ୟ ଦକ୍ଷତା ପାଇଁ ରାଜ୍ୟପାଳ ପୁରସ୍କାର ଓ ୨୦୧୭ରେ ଡିଜିପି ମେଡାଲ ପାଇ ଗଞ୍ଜାମ ତଥା ଵ୍ରହ୍ମପୁର ସହର ପାଇଁ ଗୌରବ ଅର୍ଜନ କରିଛନ୍ତି କରିଥିଲେ ।

Related posts

କମୁଛି ସଂକ୍ରମଣ: ରାଜ୍ୟରେ ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଭାଲୁ ଅକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

mahabharatanews

ପୁଲିସ ମାଓବାଦୀ ଗୁଳି ବିନିମୟ: ୧୭ ଯବାନ ଶହୀଦ ୧୪ ଆହାତ , ୧୫ ଏକେ – ୪୭ ଲୁଟିଲେ ମାଓବାଦୀ

mahabharatanews