ଓଡିଶା

ଆଜିଠୁ ଖୋଲିଲା ଏମକେସିଜି ମେଡିକାଲ ଓପିଡି

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଏକ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡି ଆଜି ସାଧାରଣଙ୍କ ପାଇଁ ଖୋଲିଛି । ଏଠାରେ ଲୋକଙ୍କ ଗହଳି ଏଡାଇବା ପାଇଁ ବ୍ୟାରିକେଡ ନିର୍ମାଣ କରାଯାଇଛି । ଓପିଡିରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୮ ତାରିଖରୁ ଓପିଡିକୁ ବନ୍ଦ କରାଯାଇଥିଲା । ଚଳିତମାସ ୧୫ ତାରିଖରେ ଓପିଡି ଖୋଲିବ ବୋଲି କୁହାଯାଇଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଏହାକୁ ଖୋଲାଯାଇଛି । ମେଡିକାଲର କିଛି ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର ପରେ ଓପିଡି ଖୋଲିଛି । ଉଲ୍ଲେଖଯୋଗ୍ୟ, ଜିଲ୍ଲାକୁ ବହୁ ସଂଖ୍ୟକ ପ୍ରବାସୀ ଫେରିବା ପରେ ଏମକେସିଜି ମେଡିକାଲ ଓପିଡିରେ ରୋଗୀଙ୍କ ଗହଳି ଅଧିକ ମାତ୍ରାରେ ବଢି ଯାଇଥିଲା । ତେଣୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ରୋଗୀ ସେବାକୁ ଦୃଷ୍ଟିରେ ରଖି ଆଜି ଓପିଡି ଖୋଲାଯାଇଛି।

Related posts

ପୁରୀରୁ ଗିରଫ TMCର ପୂର୍ବତନ କାଉନସିଲର!

mahabharatanews

ଗୋଦାବରୀଶ ମହାବିଦ୍ୟାଳୟରେ ୬୦ତମ ବାର୍ଷିକ ଉତ୍ସବ

mahabharatanews

୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ  ଶିଳାନ୍ୟାସ

mahabharatanews