ଓଡିଶା

ଜାକ ଜମକ ଲାଇଟ ସାଙ୍ଗକୁ ତୋରଣର ସାଜସଜାରେ ଜମୁଛି କଟକର ଦୂର୍ଗା ପୂଜା ମଣ୍ଡପ

କଟକ: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ପାପି ମାନଙ୍କୁ ବିନାଶ କରିବାକୁ ପୃଥିବୀ ପୃଷ୍ଟକୁ ଆସିଥାନ୍ତି ମା’ । ଗାଁ ଠୁ ସହର ଚାରିଆଡେ ଚାଲିଛି ମା’ଙ୍କ ପୂଜା । ଉତ୍ସବ ମୁଖର ହୋଇ ଉଠିଛି ପୁର ପର ଠୁ ପଲ୍ଲି । ସଭିଙ୍କ ମନରେ ଅନନ୍ଦର ଲହର ଖେଳି ଯାଉଛି କାରଣ ଆସିଛନ୍ତି ମା’ । ସେହିପରି କଟକ ସହରରେ ମଧ୍ୟ ଜମୁଛି ମା’ଙ୍କ ପୂଜା । କଟକରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତୀ ନାଶିନୀ ମା’ ଦୁର୍ଗା । ସମସ୍ତ ମଣ୍ଡପରେ ଷଷ୍ଠି ,ସପ୍ତମି ଓ ଅଷ୍ଟମି ପରେ ଆଜି ଚାଲିଛି ମାଙ୍କ ନମମୀ ପୂଜା । ସେହିପରି କଟକର କଲେଜ ଛକ, ବିଡାନାସୀ, ବାଦାମବାଡି, ଖାନନଗର, ରାଣୀହାଟ ଚାନ୍ଦିନୀଚୌକ, ଶେଖ ବଜାର ରେ ଦେଖିବାକୁ ମିଳୁଛି ବହୁ ଜାକ ଜମକର ଆଲୋକ ମାଳା ସାଙ୍ଗକୁ ତୋରଣର ସାଜ ସଜା । ଯାହାକୁ ଅତି ଆନନ୍ଦର ସହ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ ।

Related posts

ସୁପ୍ରିମ କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ୍ “ତୁମ ଇଛା ବିନା ପତ୍ରଟେ ହଲେନି “

mahabharatanews

ମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ରକ୍ତଦାନ ଶିବିର

mahabharatanews

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews