ରାଜନୀତି

ଜିଲ୍ଲା ପରିଷଦ ନିର୍ବାଚନ: କେନ୍ଦ୍ର ମନ୍ତ୍ରୀଙ୍କ ସହ ଇଂ ହୋତାଙ୍କ ଆଲୋଚନା

ନୂଆଦିଲ୍ଲୀ : ଆଜି ସକାଳେ ଜନନେତା ଇଂ ଦେବାଶିଷ ହୋତା କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କୁ ଭେଟିଛନ୍ତି । ଇଂ ହୋତା ମନ୍ତ୍ରୀଙ୍କ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଓଡିଶାରେ ହେବାକୁ ଥିବା ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ସମ୍ବନ୍ଧରେ ସେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପିର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅତିଶୀଘ୍ର କୌଣସି ନିଷ୍ପତ୍ତି ନେବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଆଲୋଚନା ବିଷୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜି ପି ନାଡ୍ଡାଙ୍କୁ ଅବଗତ କରାଇବେ ବୋଲି ମନ୍ତ୍ରୀ ରୂପାଲା ଇତ୍ୟବସରରେ ଇଂ ହୋତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବିଜେପି ଶାିବିରରେ ଆଶାର ଆଲୋକ ଦେଖିବାକୁ ମିଳିଛି ।

Related posts

ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ପିନ୍ଧିଲେ ବିଜୟ ମୁକୁଟ

mahabharatanews

ବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା

mahabharatanews

ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ – ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି

mahabharatanews