ରାଜନୀତି

ଜିଲ୍ଲା ପରିଷଦ ନିର୍ବାଚନ: କେନ୍ଦ୍ର ମନ୍ତ୍ରୀଙ୍କ ସହ ଇଂ ହୋତାଙ୍କ ଆଲୋଚନା

ନୂଆଦିଲ୍ଲୀ : ଆଜି ସକାଳେ ଜନନେତା ଇଂ ଦେବାଶିଷ ହୋତା କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କୁ ଭେଟିଛନ୍ତି । ଇଂ ହୋତା ମନ୍ତ୍ରୀଙ୍କ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଓଡିଶାରେ ହେବାକୁ ଥିବା ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ସମ୍ବନ୍ଧରେ ସେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପିର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅତିଶୀଘ୍ର କୌଣସି ନିଷ୍ପତ୍ତି ନେବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଆଲୋଚନା ବିଷୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜି ପି ନାଡ୍ଡାଙ୍କୁ ଅବଗତ କରାଇବେ ବୋଲି ମନ୍ତ୍ରୀ ରୂପାଲା ଇତ୍ୟବସରରେ ଇଂ ହୋତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବିଜେପି ଶାିବିରରେ ଆଶାର ଆଲୋକ ଦେଖିବାକୁ ମିଳିଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଲାଙ୍ଗିରରେ ପ୍ରଣବଙ୍କ ସମୀକ୍ଷା

mahabharatanews

ନିଟ୍ ବିବାଦ, ଗର୍ଜିଲା ବିଜେଡି

mahabharatanews

କେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି

mahabharatanews