ବିଶ୍ୱ

ମରକ୍କୋ ଭୂକମ୍ପ; ମୃତ୍ୟୁ ସଂଖ୍ୟା ୨୯୭କୁ ବୃଦ୍ଧି

(ମରକ୍କୋ) : ଆଖି ଲିଭାଇ ଦେଇଛି  ମରକ୍କୋରେ ଭୂକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ହୋଇଥିବା ବେଳେ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କର ମୃତ୍ୟୁ ହୋଇଥିବା କଥା ପୁରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି ।

ସୂଚନାନୁଯାୟୀ , ଭୂକମ୍ପରେ ଥରିଲା ବଡ଼ ବଡ଼ କୋଠା । ଲୋକେ ଭୟରେ ଘରୁ ବାହାରି ରାସ୍ତାରେ ବୁଲିଲେ । ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ ରହିଛି । ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬୩ ଜଣ ଆହତ ହୋଇଛନ୍ତି । କିଛି ସମୟ ପରେ, ଏହି ସ୍ଥାନଗୁଡିକରେ ଭୂକମ୍ପର ପର ସ୍ଥିତି ମଧ୍ୟ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୯ ରେ ମାପ କରାଯାଇଥିଲା ।  ଏହି ଭୂକମ୍ପରେ ସବୁଠାରୁ ବଡ କ୍ଷତି ସହର ବାହାରେ ଥିବା ପୁରୁଣା ବସ୍ତିରେ ଘଟିଛି ।

Related posts

ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି

mahabharatanews

ପତ୍ନୀଙ୍କ ଠାରୁ ଅଲଗା ହେବେ କାନାଡ଼ା ପ୍ରଧାନମନ୍ତ୍ରୀ

mahabharatanews

ଋଷ ସହିତ ଏକ ଶାନ୍ତି ଚୁକ୍ତିନାମା କରିବାକୁ ପ୍ରସ୍ତୁତ ଅଛନ୍ତି ଜେଲେନସ୍କି

mahabharatanews