ମନୋରଞ୍ଜନ

ଦୀପିକାଙ୍କ ବେବିବମ୍ପ ଫଟୋସୁଟ

(ମୁମ୍ବାଇ) : ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ସହ ଦୀପିକା ନୂଆ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଏକ ସୁନ୍ଦର ହଳଦିଆ ପୋଷାକରେ ଦେଖିବାକୁ ମିଳୁଛନ୍ତି। ଯେଉଁଥିରେ ତାଙ୍କ ବେବିବମ୍ପ ବି ନଜର ଆସୁଛି।  ଏଥିରୁ ଜଣାପଡୁଛି ଦୀପିକା ପାଦୁକୋନ ଓ ରଣବୀର ସିଂହ ଦୁହେଁ ତାଙ୍କର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ସୂଚନାନୁଯାୟୀ ,ଦୀପିକାଙ୍କୁ ଗର୍ଭବତୀ ଅବସ୍ଥା ଦେଖି ତାଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଥିବା ବେଳେ କିଛି ଲୋକ ଅଭିନେତ୍ରୀଙ୍କ ମିଥ୍ୟା ବେବିବମ୍ପ କହି ଟ୍ରୋଲ କରିଥିଲେ। ଏହାପରେ ଦୀପିକା ବେବିବମ୍ପ ଦେଖାଇ ପ୍ରଥମଥର ଫଟୋ ସୁଟ କରିଛନ୍ତି।

Related posts

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି

mahabharatanews

ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି

mahabharatanews

OTTରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨

mahabharatanews