ଓଡିଶା

ଚୈତ୍ର ମଙ୍ଗଳବାରେ ମାଆଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଆଙ୍କ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବା କୁ ମିଳିଛି। ସକାଳୁ ଭକ୍ତ ମାନେ ହଳଦୀ ପାଣି ଗଜା ମୁଆଁ, ମୁଗ ଜାଇ, ଗୁଡ଼,ମଣ୍ଡା ନଡ଼ିଆ କଦଳୀ ,ଚୁଡି ସିନ୍ଦୂର ପ୍ରଭୃତି ପୂଜା ସାମଗ୍ରୀ ଆଣି ମାଆଙ୍କ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ଦେଖିବାକୁ ମିଳିଛି।

ମାଆ ମାଣିକେଶ୍ୱରୀ, ମାଆ ନୀଳ ମଣି ଦୁର୍ଗା ଏହିପରି  ମନ୍ଦିର ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ବୋଲି ବିଶ୍ଵାସ ରହିଛି।ଭକ୍ତମାନେ ଅତି ନିଷ୍ଠାର ସହିତ ନିଜର ମନସ୍କାମନା ନେଇ ମାଆଙ୍କ ଆଶିଷ ନେବାକୁ ମନ୍ଦିରକୁ ଆସି ଥିବା ଜଣାପଡ଼ିଛି। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି.

Related posts

ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା ; ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ

mahabharatanews

୫ଟି ସଚିବଙ୍କ ଯାଜପୁର ଗସ୍ତ 

mahabharatanews

ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

mahabharatanews