ଓଡିଶା

ଧାନ ନପୁଚୁଣୁ ଗାଁ ମୁହାଁ ହାତୀ ପଲ

ଟାଙ୍ଗୀ/ ରାକେଶ କୁମାର ଜଗଦେବ: ଗାାଁ ମୁହାଁ ହେଲାଣି ହାତୀ ପଲ । ଧାନ ନପାଚୁଣୁ ହାତୀଙ୍କ ଉତପାତ । ଫଳରେ ଚିନ୍ତାରେ ପଡିଲେଣି ଚାଷୀ । ସୂଚନା ଅନୁଯାୟୀ, ଗତ କାଲି ରାତିରେ ୨୦ ଟିକିଆ ହାତୀ ବଡ଼ ପୋଖରୀଆ ଜଙ୍ଗଲରେ ଡେରା ପକାଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଚିନ୍ତା ବଢ଼ି ଯାଇଛି । ଲୋକେ ଏବେ ଭୟଭୀତ ଅଛନ୍ତି । କେତେ ବେଳେ କେଉଁ ମୁହୂର୍ତ୍ତରେ ହାତୀ ପଲ ଗାଁ ମୁହାଁ ହେବେ ସେ ନେଇ ଲୋକେ ଆଶା ଆଶଙ୍କାରେ ଥିବା ଜଣା ପଡିଛି । ଚାଷୀ ମାନଙ୍କ ଧାନ ଜମିରେ ପଶି ହାତୀ ପଲ ବ୍ୟାପକ ଫସଲ ହାନି କରିଛନ୍ତି । ତେଣୁ ଅଧିକ କ୍ଷୟ କ୍ଷତି ପୂର୍ବରୁ ହାତୀ ପଲଙ୍କୁ ବଡ଼ ପୋଖରୀଆ ନିକଟରୁ ପଟିଆ ଜଙ୍ଗଳକୁ ଘଉଡ଼ାଇବାକୁ ଚାଷୀ ମାନେ ଦାବି କରିଛନ୍ତି । ତେବେ ଏହି ଟି କିଆ ହାତୀ ପଲରେ ୬ ଦନ୍ତା, ୮ ଛୁଆ, ୬ ଟି ମାଇ ହାତୀ ଥିବା ଦେଖିବାକୁ ମିଳିଛି ।

Related posts

୯ରେ କେରଳ ଛୁଇଁବ ମୌସୁମୀ ,ରଜ ସୁଦ୍ଧା ଓଡିଶା

mahabharatanews

ରାସ୍ତା ସଂପ୍ରସାରଣ ସଂପର୍କରେ ଜନଶୁଣାଣି

mahabharatanews

ଅଧିବେଶନର ପ୍ରଥମ ଦିନ: ଭିଡିଓ କନଫେରେନ୍ସଂରେ ମୁଖ୍ୟମନ୍ତ୍ରୀ

mahabharatanews