ଓଡିଶା

ଗାଁରେ ପଶି ଘର ଭାଙ୍ଗିଲେ ୨ ଦନ୍ତା

(ମହାଭାରତ/ଝାରସୁଗୁଡା): ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ବ୍ଲକ ଅନ୍ତର୍ଗତ ପରମାନପୁର ପଞ୍ଚାୟତର ଶିରିଆପାଲି ଗାଁରେ ୨ଟି ଦନ୍ତା ହାତୀ ପଶି ଉତ୍ପାଦ କରୁଥିବା ଦେଖିବାକୁ ମିଳିଛି । କେତେବେଳେ ଫସଲ ନଷ୍ଟ ଆଉ କେତେବେଳେ ଲୋକଙ୍କ ଘର ଭାଙ୍ଗୁଛନ୍ତି । ସୁଚନା ମୁତାବକ,ଗତକାଲି ରାତିରେ ଦନ୍ତା ଦୁଇଟି ଗାଁରେ ପଶି ୬ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି । ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀଙ୍କୁ ଘଉଡାଇ ଦେଇଥିଲେ । ଉକ୍ତ ଅଞ୍ଚଳରେ ଏବେ ହାତୀ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।

 

Related posts

ବରଗଡ଼ ପହଁଚିଲେ ରାଜସ୍ଥାନରେ ଫସିଥିବା ଛାତ୍ରଛାତ୍ରୀ

mahabharatanews

ଜିଲ୍ଲାପାଳଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ଷମତା ରହିଛି: ହାଇକୋର୍ଟ

mahabharatanews

ସ୍କୁଲରେ ନାମଲେଖା ଫୋନ, ୱାଟ୍ସଆପରେ ହେବ 

mahabharatanews