ଓଡିଶା

ଗାଁରେ ପଶି ଘର ଭାଙ୍ଗିଲେ ୨ ଦନ୍ତା

(ମହାଭାରତ/ଝାରସୁଗୁଡା): ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ବ୍ଲକ ଅନ୍ତର୍ଗତ ପରମାନପୁର ପଞ୍ଚାୟତର ଶିରିଆପାଲି ଗାଁରେ ୨ଟି ଦନ୍ତା ହାତୀ ପଶି ଉତ୍ପାଦ କରୁଥିବା ଦେଖିବାକୁ ମିଳିଛି । କେତେବେଳେ ଫସଲ ନଷ୍ଟ ଆଉ କେତେବେଳେ ଲୋକଙ୍କ ଘର ଭାଙ୍ଗୁଛନ୍ତି । ସୁଚନା ମୁତାବକ,ଗତକାଲି ରାତିରେ ଦନ୍ତା ଦୁଇଟି ଗାଁରେ ପଶି ୬ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି । ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀଙ୍କୁ ଘଉଡାଇ ଦେଇଥିଲେ । ଉକ୍ତ ଅଞ୍ଚଳରେ ଏବେ ହାତୀ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।

 

Related posts

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ଆଗାମୀ ୫ ଦିନ ବର୍ଷା ସମ୍ଭାବନା ;  ଓ୍ଵାର୍ଣ୍ଣିଂ ଜାରି 

mahabharatanews

ଦିଲ୍ଲୀରେ ଶୀତ ଲହରି ଜାରି 

mahabharatanews