(ତେଲକୋଇ) : ରାଜ୍ୟରେ ଦିନକୁ ଇଦଂ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ ଲୋକେ ଘରେ ଶୋଇଥିବା ବେଳେ ଘର ଭାଙ୍ଗିଦେଲେ ହାତୀପଲ। ଘରର ଆସବାବପତ୍ର ନଷ୍ଟ କରିବା ସହ ଦୁଇବସ୍ତା ଚାଉଳ ଖାଇଦେଲେ।
କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ବର୍ତ୍ତମାନ ୪୩ଟି ହାତୀ ଅଛନ୍ତି। ଏସବୁ ହାତୀ ୪ଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ଘୂରି ବୁଲୁଛନ୍ତି। ବିମଳା ସେକ୍ସନରେ ଦୁଇଟି ହାତୀପଲ ବୁଲୁଛନ୍ତି। ଗୋଟିଏ ଦଳରେ ୨୨ଟି ଓ ଅନ୍ୟ ଦଳରେ ୧୨ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ତାଳପଦା ସେକ୍ସନରେ ୭ଟି ଓ ତେଲକୋଇ ସେକ୍ସନରେ ୨ଟି ହାତୀ ଥିବା ଜଣାପଡ଼ିଛି। ସନ୍ଧ୍ୟା ହେବା ମାତ୍ରେ ଘରକୁ ପଶି ଆସୁଥିବା ରୁ ଚିନ୍ତାରେ ଲୋକେ ।