ଓଡିଶା

ନୀଳାଚଳ ସାରସ୍ୱତ ସଂଘର 58ତମ ବାର୍ଷିକ ସଂଘାଧିବେଶନ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଣୀ ପଦ୍ମାବତୀ ସାହିରେ ଥିବା  ନୀଳାଚଳ ସାରସ୍ୱତ ସଂଘର 58ତମ ବାର୍ଷିକ ସଂଘାଧିବେଶନ ଅନୁଷ୍ଠିତ ହୋଇଯାଇଛି।ଶନିବାର ସନ୍ଧ୍ୟା ସମୟରେ ଶ୍ରୀ ଶ୍ରୀ  ଠାକୁର ମହାରାଜାଙ୍କୁ ଏକ ମଣ୍ଡପରେ ରେ ସୁସଜ୍ଜିତ କରି ପ୍ରତୀକ୍ଷା,ଆବାହନି,ଆଳତୀ ସ୍ତବ,ସ୍ତ୍ରୋତ୍ର ପାଠ କରି ଜୟଗୁରୁ କୀର୍ତ୍ତନ ସହ ବିଶ୍ରାମ ଦିଆଯାଇଥିଲା।ପର ଦିନ ପ୍ରାତଃ ସମୟରେ ସୁସଜ୍ଜିତ ମଣ୍ଡପରେ ପ୍ରଭାତୀ  କୀର୍ତ୍ତନ,ପ୍ରତୀକ୍ଷା ଆବାହନୀଆଳତୀ ସହ ଠାକୁରଙ୍କ ଷୋଡଶ ଉପଚାର ସ୍ତ୍ରୋତ୍ର ବନ୍ଦନାଶାନ୍ତି ପାଠ ପରେ ଜୟଗୁରୁ ନାମ ଗାଇ ପ୍ରଥମ ଅଧିବେଶନ ସମାପ୍ତ ହୋଇ ଠାକୁରଙ୍କୁ ବାଲ୍ୟ ଭୋଗ ନିବେଦନ  କରାଯାଇଥିଲା।ପରେ ଦ୍ୱିତୀୟ ଅଧିବେଶନ ପ୍ରତିକ୍ଷା ଗାନ ପରେ ଠାକୁରଙ୍କର ପରଦା ଉନ୍ମୋଚନ କରାଯାଇଛି ଥିଲା। ବ୍ରହ୍ମପୁର ସଂଘର ସଭାପତି ଶ୍ରୀନିବାସ ଭାଇ ସଭାପତିତ୍ୱ କରିଥିବା ବେଳେ ପାରଳାଖେମୁଣ୍ଡି ଶାଖା ସଂଘର ସଭାପତି ରାଧାଶ୍ୟାମ ଜେନା ସାମନ୍ତ ଭାଇଙ୍କ ତତ୍ତ୍ୱାବଧାନରେ ଅଧିବେଶନ ଆରମ୍ଭ ହୁଏ।ବ୍ରହ୍ମପୁର  ସଂଘର ସଭାପତି ଶ୍ରୀନିବାସ ଭାଇ  ଗୁରୁଙ୍କ ଗୁରୁତ୍ୱ ଏବଂ ଶିଷ୍ୟର କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ। ଶ୍ରୀ ଶ୍ରୀ ଠାକୁରଙ୍କ ମାହାତ୍ମ୍ୟତା ସମ୍ପର୍କରେ ଭକ୍ତଙ୍କୁ ଅବଗତ କରାଇଥିଲେ। ମାଆ  ଓ ଭାଇ ମାନେ ମଝିରେ ମଝିରେ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ।ବ୍ରହ୍ମପୁର ସଂଘର ସଭାପତି ଶ୍ରୀନିବାସ ଭାଇ ଠାକୁର ମହାରାଜାଙ୍କ ଜୀବନୀ ଓ ସାଧନାର ଚରମରେ ଜଗତ ଗୁରୁଙ୍କ ଇଚ୍ଛାରେ ଗୁରୁ ଭାର ନେଇ ଜଗତ ଉଦ୍ଧାର କାର୍ଯ୍ୟରେ ଠାକୁର କିପରି ବ୍ରତୀ ହେଲେ ତା ଉପରେ ସରଳ ଭାଷାରେ ଭକ୍ତମାନଙ୍କୁ ବୁଝାଇ ଥିଲେ।ଏହି ଅଧିବେଶନରେ ବହୁ ମାଆଭାଇମାନେ ଓ  ଅଞ୍ଚଳବାସୀ ଯୋଗ ଦେଇଥିଲେ।ଶେଷରେ ଆବାହକ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। 

Related posts

ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ଡକ୍ଟର ଗିରିଧର ଗମାଙ୍ଗ

mahabharatanews

ଦବଙ୍ଗ ଗିରି ଦେଖାଇ ଚର୍ଚ୍ଚାରେ ଡାକ୍ତର

mahabharatanews

ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି

mahabharatanews