ଓଡିଶା

ମେ’ ୨୨ରୁ ହାତୀ ଗଣନା

(ଭୁବନେଶ୍ୱର) : ଓଡ଼ିଶାରେ କେତେ ସଂଖ୍ୟକ ହାତୀ ଓ କଲରାପତରିଆ ବାଘ ରହିଛନ୍ତି ତାହାର ଗଣନା କରାଯିବ। ଏକା ସମୟରେ ଉଭୟ ହାତୀ ଓ କଲରାପତରିଆଙ୍କ ଗଣନା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମେ’ ୧ରୁ ଆରମ୍ଭ ହୋଇଥିବା କଲରାପତରିଆ ବାଘ ଗଣନା ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ହାତୀ ଗଣନା ଗୋଟିଏ ସମୟରେ ମେ’ ୨୨ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ , ଟ୍ରାପ୍‌ କ୍ୟାମେରା ପଦ୍ଧତିରେ କଲରାପତରିଆ ଗଣନା କରାଯିବାକୁ ଥିବା ବେଳେ ହାତୀ ଗଣନା ମାନୁଆଲ ଭାବେ ହେବ। ତଥ୍ୟ ସଂଗ୍ରହ ପରେ ରେଞ୍ଜ୍‌, ଡିଭିଜନ୍‌, ସର୍କଲ ସ୍ତରରେ ସମୀକ୍ଷା କରାଯାଇ ମୁଖ୍ୟାଳୟ ସ୍ତରରେ ଚୂଡ଼ାନ୍ତ ପର୍ଯ୍ୟାୟ ତଥ୍ୟ ପ୍ରକାଶ ପାଇବ। ୪୦ ଦିନ ଧରି ଚାଲିବାକୁ ଥିବା କଲରାପତରିଆ ବାଘ ଗଣନାରେ ଟ୍ରାପ୍‌ କ୍ୟାମେରା ବ୍ୟବହାର ହେବ। ଏଥିପାଇଁ ରାଜ୍ୟର ୫୧ଟି ଡିଭିଜନ୍‌ରେ ୩,୩୧୨ଟି କ୍ୟା‌ମେରା ଲଗାଯାଇଛି। ବ୍ୟାଘ୍ର ଅଭୟାରଣ୍ୟ ଭିତରେ କଲରାପତରିଆଙ୍କ ଯାଞ୍ଚ କରିବାକୁ ପ୍ରତି ଦୁଇ ବର୍ଗ କିଲୋମିଟର ବ୍ୟବଧାନରେ କ୍ୟାମେରା ବ୍ୟବସ୍ଥା ହୋଇଛି।

Related posts

ବଜରଙ୍ଗୱାଲି କମିଟିର ବାର୍ଷିକ ଉତ୍ସବ

mahabharatanews

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

mahabharatanews

ଆଇଆଇସିଙ୍କୁ ମାଡମାରି ଏଏସଆଇ ନିଲମ୍ବିତ

mahabharatanews